ରାଜ୍ୟରେ ପୁଣି ୧୦ଜଣଙ୍କ ମୁଣ୍ଡ ନେଲା କରୋନା

1 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୧୦ଜଣଙ୍କ ମୁଣ୍ଡ ନେଇ କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୮୭ରେ ପହଞ୍ଚିଛି । ଗଞ୍ଜାମରୁ ୫, ଭୁବନେଶ୍ୱର ୨ଜଣ ଏହାସହ ସୁନ୍ଦରଗଡ଼ , ଖୋର୍ଦ୍ଧା ଓ ଗଜପତିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଶନିବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୫ଜଣ ସଂକ୍ରମିତ ହେଉଛନ୍ତି ୫୪ବର୍ଷିୟ,୪୪ବର୍ଷିୟ, ୬୩ବର୍ଷିୟ ଓ ୭୦ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ଏହାସହ ଜଣେ  ୫୬ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତେବେ ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ କିଛି ନା କିଛି ରୋଗରେ ପୀଡ଼ିତ ଥିଲେ। ଏହାସହ ଭୁବନେଶ୍ୱରରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୨ ଓ ୭୦ ବର୍ଷିୟ ପୁରୁଷ । ସେହିଭଳି ସୁନ୍ଦରଗଡ଼ରୁ ୫୬ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ଖୋର୍ଦ୍ଧାରୁ ୪୦ ବର୍ଷିୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ଓ ଗଜପତିରୁ ୪୯ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ସେ ମଧ୍ୟ ପୂର୍ବରୁ ମଧୁମେହ ସହ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩୩ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୩୩ହଜାର ୪୭୯କୁ ବୃଦ୍ଧି ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୧୮୭କୁ ବୃଦ୍ଧି ହୋଇଛି । ଏହାସହ  ୨୦ହଜାର ୫୧୭ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୨ହଜାର ୭୩୭ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

Leave a Reply