ମହିଳା ଓ ପ୍ରସୂତି ବିଭାଗର ଜଣେ ଡାକ୍ତରଙ୍କ ସହ ୨ଜଣ ନର୍ସ ପଜିଟିଭ୍

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅପରେସନ ଥିଏଟର ସିଲ । ମେଡିକାଲରୁ ଜଣେ ଡାକ୍ତର ଓ ଦୁଇଜଣ ଷ୍ଟାଫ ନର୍ସଙ୍କ କରୋନା ପଜିଟିଭ ଚିହ୍ନଟ ପରେ ଅପରେସନ ଥିଏଟରକୁ ସିଲ କରାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି  । ତେବେ ଅପରେସନ ଥିଏଟର ଓ ମେଡିକାଲର ଅନ୍ୟ ସ୍ଥାନ ଗୁଡିକୁ ସାନିଟାଇଜ କରାଯାଇଛି । ୫ ରୁ ୭ ଦିନ ପର୍ଯ୍ୟନ୍ତ ଅପରେସନ ଥିଏଟର ସିଲ କରାଯାଇଛି |

ସୂଚନା ଅନୁସାରେ, ଗତ ୨୫ ତାରିଖରେ ପୁରୀ ଜିଲ୍ଲା ଚିକିତ୍ସାଳୟର ଆସିୟୁରେ ଜଣେ ରୋଗୀ ଆଡ଼ମିଶନ ହୋଇଥିଲେ । ଏହାପରେ ତାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଇଥିବା ବେଳେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ସମ୍ପୂର୍ଣ୍ଣ ଆଇସିୟୁକୁ ବନ୍ଦ କରିଦିଆଯାଇଥିଲା  । ଏହାପରେ ଜଆଇସିୟପର ପ୍ରାୟ ୪ଜଣ ଡାକ୍ତର ଓ ୧୨ଜଣ ନର୍ସକୁ ସଂଘରୋଧରେ ରଖା ଯାଇଥିଲା । ଏହାସହ ସେମାନଙ୍କ ସ୍ୱାବ ଟେଷ୍ଟ ମଧ୍ୟ କରାଯାଇଥିଲା । ଏହାସହ ଆଇସିୟୁକୁ ଆସିଥିବା ଚିକିତ୍ସାଳୟର ଅନ୍ୟାନ୍ୟ ବିଭିଗ ଗୁଡ଼ିକ ଡାକ୍ତର ଏବଂ ନର୍ସମାନଙ୍କର ମଧ୍ୟ ସ୍ୱାବି ଟେଷ୍ଟ କରାଯାଇଥିଲା । ତେବେ ଆଜି ମହିଳା ଓ ପ୍ରସୂତୀ ବିଭାଗର ଜଣେ ଡାକ୍ତର ଏବଂ ୨ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅପରେସନ ଥିଏଟରକୁ ସିଲ କରିଦିଆଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ୨୪ ଘଣ୍ଟାରେ ୧୬୦୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁରୀରୁ ସର୍ବଧିକ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ସମୁଦାୟ ୮୦୩ଜଣ ସଂକ୍ରମିତ ଚିହ୍ନୟ ହୋଇଛନ୍ତି । ଏହାସହ ଜିଲ୍ଲାରେ କରୋନା ଜନିତ ୩ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave a Reply