ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା

ଭୁବନେଶ୍ୱର: ମାନବ ଜାତି ପାଇଁ ମହାମାରୀ ପାଲଟିଛି କରୋନା ଭାଇରସ୍ । ଲଢ଼େଇ ବଡ଼ ଆହ୍ୱାନରେ ପ୍ରଥମ ଲାଇନରେ ଅଛନ୍ତି ଡାକ୍ତର ମାନଙ୍କ ଠାରୁ ଆରମ୍ଭ କରି ପାରା ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀ । ଆପଣଙ୍କ ନିଷ୍ଠା, ତ୍ୟାଗ ଓ ସେବାର ତୁଳନା ନାହିଁ । କଠିନ ପରିସ୍ଥିତିରେ ଆପଣମାନେ ସେବା ଯୋଗାଇ ଚାଲିଛନ୍ତି । ମୁଁ ଓ ଓଡ଼ିଶାବାସୀ ଏହି ସମୟରେ ଆପଣଙ୍କ ପରିବାର ସହ ଅଛୁ ।

ଆପଣମାନଙ୍କ ଏହି ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଜଣାଉଛି । ଏଥିସହ ଆପଣଙ୍କ ପରିବାରର ସୁବିଧା ପାଇଁ ୪ ମାସର ଦରମା ଆଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ । ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ୍ ମାସରେ ପ୍ରଦାନ କରାଯିବ ।

ସୁଖ, ସୁବିଧା ତ୍ୟାଗ କରି ସେମାନେ ଆମ ସେବା କରି ଚାଲିଛନ୍ତି । ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ହଇରାଣ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

Leave a Reply