କରୋନା ଯୁଦ୍ଧରେ ‘ମାସ୍କ’ ଏବେ ବି ସବୁଠାରୁ ବଡ଼ ଭ୍ୟାକ୍ସିନ୍: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କରୋନାଜନିତ ପ୍ରସ୍ତୁତି ଓ ସଚେତନତା ସମ୍ପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭର୍ଚୁଆଲ ମିଟିଂ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭ୍ୟାକ୍ସିନ ବିତରଣ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଓ ବିତରଣ କ୍ଷେତ୍ରରେ ସବୁ ପ୍ରକାରର ସୁବିଧା ରାଜ୍ୟ ଯୋଗାଇପାରିବ ।

ସେହିଭଳି ଭ୍ୟାକ୍ସିନ ସାଧାରଣରେ ବିତରଣ ପାଇଁ ଉପଲବଧ ହେଲେ ରାଜ୍ୟରେ ପ୍ରଥମେ କୋଭିଡ୍ ଯୋଦ୍ଧା, ବୟସ୍କ ଓ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କରୋନା ଭ୍ୟାକ୍ସିନ ପ୍ରଦାନ କରାଯିବ । ସେହିଭଳି ଯଦିଓ ଭ୍ୟାକ୍ସିନ ବିତରଣ ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତଥାପି ଆମେ କରୋନ ବିରୋଧରେ ଆମ ଲଢେଇକୁ ଅକ୍ଷୁର୍ଣ୍ଣ ରଖିବୁ । ସବୁ ପ୍ରକାର ସଚେତନତା, କେବଳ ଏବେ ନୁହେଁ ବରଂ ଭ୍ୟାକ୍ସିନ ବିତରଣ ସମୟରେ ମଧ୍ୟ ପାଳନ କରାଯିବ । ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସବୁ ପ୍ରକାର ସଚେତନତା ପାଳନ ପାଇଁ ରାଜ୍ୟ ସରକାର ବଦ୍ଧପରିକର ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ମାସ୍କ କୋଭିଡ୍ ବିରୋଧରେ ସବୁଠାରୁ ବଡ଼ ଭ୍ୟାକ୍ସିନ୍ । ଏଣୁ ମାସ୍କ ପିନ୍ଧିବାକୁ ରାଜ୍ୟ ଗୁରୁତ୍ୱ ଦେଉଛି । ସଭିଁଏ କିଭଳି ସବୁ ସମୟରେ ମାସ୍କ ପିନ୍ଧିବେ, ସେସବୁ ନିଶ୍ଚିତ କରିବା ପାଇଁ ରାଜ୍ୟ ନିରନ୍ତର ପ୍ରୟାସ କରୁଛି । ସେହିଭଳି ମୁଖ୍ୟମନ୍ତ୍ରୀ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କହିଛନ୍ତି । ଉଲ୍ଲେଖଯୋଗ୍ୟ କରୋନା ବିରୋଧରେ ଯୁଦ୍ଧ ଜିତିବାକୁ ହେଲେ କୋଭିଡ-୧୯କୁ ହାଲୁକାରେ ନନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave a Reply