ଚର୍ଚ୍ଚାରେ ପୋଲିସ କମିଶନରଙ୍କ ଏଲ୍‌ବୋ ସେକ୍‌, ନିଆରା ଢ଼ଙ୍ଗରେ ଡିସିପିଙ୍କୁ ଦେଲେ ବିଦାୟ..!

1 min read
Odisha, Bhubaneswar Commissioner Elbow shake, Video Goes Viral

ଭୁବନେଶ୍ୱର: କରୋନା ଆତଙ୍କରେ ସମସ୍ତେ ଆତଙ୍କିତ । ସାରା ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ନିୟମକୁ କଡ଼ା କଡ଼ି କରିଛନ୍ତି । ଆଉ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ମହାମାରୀ ବେଳେ ପାଶ୍ଚାତ୍ୟ ସଂସ୍କୃତି ହ୍ୟାଣ୍ଡସେକ୍‌ ପ୍ରଥାକୁ ଆପଣାଇବାକୁ ମନା କରିଛନ୍ତି । ହ୍ୟାଣ୍ଡସେକ୍‌ ବଦଳରେ ପରସ୍ପରକୁ ଭାରତୀୟ ସଂସ୍କୃତି ଆଧାରରେ ହାତ ଯୋଡ଼ି ନମସ୍କାର କରିବାକୁ ପରାମର୍ଶ ଦେଇଥିଲେ । ଆଉ ଏହାକୁ ସାରା ବିଶ୍ୱ ମଧ୍ୟ ଗ୍ରହଣ କରିଛି ।

ELBOW SHAKE2ତେବେ ଏହାରି ମଧ୍ୟରେ ଓଡ଼ିଶାରେ ଦେଖିବାକୁ ମିଳିଛି ହ୍ୟାଣ୍ଡସେକ୍‌ ବଦଳରେ ଅଭିନନ୍ଦନ ଜଣାଇବାର ଆଉ ଏକ ନିଆରା ଢ଼ଙ୍ଗ । ଏହା ଦେଖିଲେ ଲାଗିବ ଯେମିତି ଏଥିରେ ସାମାଜିକ ଦୂରାତା ଅବଲମ୍ବନ କରାଯିବ ସହ ପରସ୍ପରକୁ ଅଭିନନ୍ଦନ ମଧ୍ୟ ଦିଆଯାଉଛି ।

ତେବେ ଏଭଳି ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସରେ । କରୋନା ମହାମରୀ ସମୟରେ କମିଶନରେଟ୍‌ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଆଉ ଏହି ଅଦଳବଦଳ ମଧ୍ୟରେ ଦୈତନଗରୀ ତଥା କଟକ-ଭୁବନେଶ୍ୱର କମିଶନରେଟ ପୋଲିସରୁ ବିଦାୟ ନେଇଛନ୍ତି ଦୁଇ ଡିସିପି । କଟକର ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ଓ ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ତଥା ଡିସିପି ଅନୁପ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।

ELBOW SHAKE2

ପୋଲିସ କମିଶନର ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହାସହ ଆଗାମୀ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଦାୟ ସମ୍ବର୍ଦ୍ଧନା ବେଳେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଅଭିନନ୍ଦନ ଜଣାଇବା ପାଇଁ ଦୁଇ ପୂର୍ବତନ ଡିସିପି ହ୍ୟାଣ୍ଡସେକ୍‌ ବଦଳରେ ଏଲ୍‌ବୋ ସେକ୍‌ କଲେ ପୋଲିସ କମିଶନର ।

(ଅରୁଣ କୁମାର ସାହୁ)

Leave a Reply