କରୋନା ସଂକ୍ରମିତ ହେଲେ ବିଶ୍ୱର ଏକ ନମ୍ବର ଟେନିସ୍ ତାରକା ଜୋକୋଭିଚ୍

Sports News, Novak Djokovic along with his wife found Covid19 positive

ବିଶ୍ୱର ଏକ ନମ୍ୱର ପୁରୁଷ ଟେନିସ ଖେଳାଳୀ ନୋଭାକ୍ ଜୋକୋଭିଚ୍ କରୋନା କବଳରେ ପଡିଛନ୍ତି । ମଙ୍ଗଳବାର ସେ କରୋନା ଟେଷ୍ଟିଂରେ ପଜେଟିଭ ଜଣାପଡିବା ପରେ ନିଜେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଜେଲେନା ମଧ୍ୟ କରୋନା ସଂକ୍ରମିତ ବୋଲି ଜଣାପଡିଛି । ଜୋକୋଭିଚ୍ କହିଛନ୍ତି ଯେ ବେଲଗ୍ରେଡରେ ପହଞ୍ଚିବା ପରେ ମୋ ସମେତ ପୁରା ପରିବାରର କରୋନା ଟେଷ୍ଟିଂ କରାଯାଇଥିଲା । ମୁଁ ଓ ମୋର ପତ୍ନୀ ସଂକ୍ରମଣର ଶୀକାର ହୋଇଥିବା ବେଳେ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ନିକଟ ଅତୀତରେ ସର୍ବିଆ ଓ କ୍ରୋଶିଆ ମଧ୍ୟରେ ହୋଇଥିବା ପ୍ରଦର୍ଶନୀ ମ୍ୟାଚର ସେ ଭାଗ ନେଇଥିଲେ । ତେବେ କରୋନା ସଂକ୍ରମଣ ବୋଲି ଜଣାପଡିବା ପରେ ସେ କହିଛନ୍ତି ଯେ, ମୋଠାରେ କରୋନା ନେଇ କୌଣସି ଲକ୍ଷଣ ଦେଖାଯାଉ ନଥିଲା । ସେହିଭଳି ସଂକ୍ରମଣ ସମ୍ପର୍କରେ ଅବଗତ ନଥାଇ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କଥା ସ୍ୱୀକାର କରିଥିବା ବେଳେ ତାଙ୍କ ଅଜାଣତରେ ହୋଇଥିବା ଭୁଲ୍ ପାଇଁ କ୍ଷମା ମାଗିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସୁସ୍ଥ ସ୍ୱାସ୍ଥ୍ୟର ମଧ୍ୟ କାମନା କରିଛନ୍ତି ।

Leave a Reply