ବାଟ ଭୁଲି ଭାରତରେ ପହଞ୍ଚିଲେ ୩ ଚୀନ୍ ନାଗରିକ, ସତ୍କାର ସହ ବିଦା କଲା ଭାରତୀୟ ସେନା, ଜାଣନ୍ତୁ ପୁରା ପ୍ରସଙ୍ଗ…

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଦୁଇ ଦେଶର ଶତ୍ରୁତା ଏବେ ବିଶ୍ୱ ଦେଖୁଛି । ଏଭଳି ସ୍ଥିତିରେ ମଧ୍ୟ  ମାନବିକତା ଭୁଲିନି ଭାରତୀୟ ସେନା । ଚୀନ ନାଗରିକଙ୍କୁ ସହଯୋଗ କରି ପ୍ରମାଣ କରିଛି ଭାରତର ସହନଶୀଳତା ଓ ମହାନତାକୁ । ଘଟଣାଟି ସାମ୍ପ୍ରତିକ ପରିସ୍ଥିତିରେ ଏକ ଅସ୍ୱାଭାବିକ ବ୍ୟବହାର ଭଳି ମନେ ହେଉଥିଲେ ମଧ୍ୟ ସତ । ଚୀନର ୩ ଜଣ ଯୁବକ ରାସ୍ତା ଭୁଲି ୧୭ ହଜାର ୫୦୦ ଫୁଟ୍ ଉଚ୍ଚରେ ସିକ୍କିମରେ ଫସିରହିଯାଇଥିଲେ । ଏହି ଚୀନ୍ ନାଗରିକଙ୍କୁ ସହାୟତାର ହାତ ବଢାଇଥିଲା ଭାରତୀୟ ଯବାନ ।

୩ ଜଣ ଚୀନ୍ ନାଗରିକଙ୍କ ମଧ୍ୟରୁ ୨ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଟନ୍ତି । ତେବେ ଫସି ରହିଥିବା ସ୍ଥାନରେ ତାପମାତ୍ରା ମାଇନସ୍ ଡିଗ୍ରୀରେ ରହିୁଥିବା ହେତୁ ଅସହ୍ୟ ଥଣ୍ଡା ଓ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଣୁ ସେମାନଙ୍କୁ ଉଦ୍ଧାର କରିବାର ତୁରନ୍ତ ପରେ ହିଁ ଭାରତୀୟ ଯବାନମାନେ ଚୀନ୍ ନାଗରିକଙ୍କ ପାଇଁ ଅମ୍ଲଜାନର ବ୍ୟବସ୍ଥା କରିଥିଲେ । ଏହାପରେ ଉକ୍ତ ଚୀନ୍ ନାଗରିକମାନଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଇଥିବା ବେଳେ ଗରମ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ଏହାପରେ ସେମାନେ କିଭଳି ଭାବେ ବିନା ସମସ୍ୟାରେ ନିଜ ଦେଶରେ ପହଞ୍ଚିପାରିବେ ସେ ନେଇ ଭାରତୀୟ ସେନା ସବୁ ପ୍ରକାର ବ୍ୟବସ୍ଥା କରିଛି ।

Leave a Reply