ଶେଷ ବିଧାନସଭା ନିର୍ବାଚନ ଲଢୁଥିବା ବୋଲି କାହିଁକି କହିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

1 min read

ପାଟନା : ‘’ଆପଣ ମାନେ ଜାଣି ରଖନ୍ତୁ । ଆସନ୍ତା ୭ ତାରିଖ ଶେଷ ବିହାର ବିଧାନସଭା ନିର୍ବାଚନ । ଗୁରୁବାର ଶେଷ ପ୍ରଚାର । ଆଉ ଏହା ମୋ ପାଇଁ ମଧ୍ୟ ଶେଷ ନିର୍ବାଚନ । ତେଣୁ ଅନ୍ତ ବା ଶେଷ ଭଲ ତ ସବୁ ଭଲ ।‘’ ଏହା ଥିଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭାଷଣ । ଗୁରୁବାର ପୂର୍ଣ୍ଣିଆରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନୀତିଶ ଏହିଭଳି ଭାବ ଗମ୍ଭୀର ବକ୍ତବ୍ୟ ରଖିଥିଲେ ।

nitish

ନୀତିଶଙ୍କ ଏହି ବୟାନକୁ ନେଇ ବିହାର ରାଜନୀତିରେ ଜୋର ଚର୍ଚ୍ଚା ଧରିଛି । ନୀତିଶ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଏପରି ସମ୍ବେଦନଶୀଳ ଅପିଲ କରୁଛନ୍ତି ନା ଭବିଷ୍ୟତର ଜାତୀୟ ରାଜନୀତି ସମ୍ପର୍କରେ ଆଭାସ ଦେଇଛନ୍ତି, ତାହାକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଛି । ବିହାର ଫଳାଫଳ ଯଦି ନୀତିଶଙ୍କ ସପକ୍ଷରେ ନ ଯାଏ, ତେବେ ନୀତିଶଙ୍କ ପ୍ଲାନ-ବି କ’ଣ ରହିବ ବୋଲି ଆଲୋଚନା ଚାଲିଲାଣି ।

ବିହାର ନିର୍ବାଚନ ପ୍ରଚାର ସମୟରେ ଏନଆରସି ପ୍ରସଙ୍ଗରେ ଭାଜପା ସହ ସ୍ୱର ନ ମିଳାଇବା, ଜାତି ଆଧାରରେ ଜନଗଣନା କରିବା କଥା ମଧ୍ୟ କହିଛନ୍ତି । ନବେ ଦଶକର ମଣ୍ଡଳ ଆନ୍ଦୋଳନରୁ ନେତା ହୋଇଥିବା ନୀତିଶ ସାମ୍ପ୍ରତିକ ସମୟରେ ଏହାର ଭିନ୍ନ ପ୍ରୟୋଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା କେମିତି ଥିଲା ନୀତିଶଙ୍କ ରାଜନୈତିକ ଯାତ୍ରା ।

ବିହାରରୁ ଇଂଜିନିୟରିଂ ଶିକ୍ଷା ସମାପ୍ତ କରିବା ପରେରାଜ୍ୟ ଶକ୍ତି ବୋର୍ଡରେ କିଛିଦିନ ପାଇଁ ଚାକିରୀ କରିଥିଲେ ନୀତିଶ । ହେଲେ ୧୯୭୪ର ଛାତ୍ର ଆନ୍ଦୋଳନ ଏବଂ ୧୯୭୫ର ସମ୍ପୂର୍ଣ୍ଣ କ୍ରାନ୍ତି ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲା । ୧୯୭୭ରେ ଲୋକସଭା ନିର୍ବାଚନ ଲଢି ପାରି ନ ଥିଲେ । ହେଲେ ସେହି ବର୍ଷ ବିଧାନସଭା ନିର୍ବାଚନରେ ଲଢି ମଧ୍ୟ ପରାସ୍ତ ହୋଇଥିଲେ । ୧୯୮୦ରେ ମଧ୍ୟ ତାଙ୍କୁ ପରାଜୟର ସାମନା କରିବାକୁ ପଡିଥିଲା ।ହେଲେ ୧୯୮୫ ଏବଂ ୧୯୯୫ରେ ସେ ବିଜୟୀ ହୋଇଥିଲେ । ସେ ଏକାଧିକ ଥର ସାଂସଦ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦରେ ମଧ୍ୟ ଅଧିଷ୍ଠିତ ହୋଇଛନ୍ତି । ୧୯୯୪ ମସିହାର କୃମି ଚେତନା ରାଲି ତାଙ୍କ ରାଜନୈତିକ ଜୀବନର ମୋଡ଼ ବଦଳାଇ ଦେଇଥିଲା ।

 

Leave a Reply