ଥାନାରେ ଘର କଳି, ସ୍ୱାମୀଙ୍କ ନାଁରେ ବହୁ ବିବାହ ଅଭିଯୋଗ ଆଣିଲେ ସ୍ତ୍ରୀ

1 min read
Jeypore Women Alleged On His Husband Having 20 Wife's

ଜୟପୁର: ମୋ ସ୍ୱାମୀଙ୍କ ଏକାଧିକ ପତ୍ନୀ ଅଛନ୍ତି । ସ୍ୱାମୀଙ୍କ ସମାନ ଅଭିଯୋଗ ମୋ ସ୍ତ୍ରୀଙ୍କ ମଧ୍ୟ ଏକାଧିକ ପୁରୁଷ ସହ ସମ୍ପର୍କ ରହିଛି । ଅଭିଯୋଗର ଏଭଳି ଏକ ଅଜବ ମାମଲା ସାମନାକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ । ପତିପତ୍ନୀଙ୍କ ମନୋମାଳିନ୍ୟ ଥାନାରେ ପହଞ୍ଚିଛି । ପତ୍ନୀ, ସ୍ୱାମୀଙ୍କ ୨୦ଟି ସ୍ତ୍ରୀ ଥିବା କହୁଥିବା ବେଳେ ସ୍ୱାମୀ କହୁଛନ୍ତି ସେ ତାଙ୍କର ଦ୍ୱିତୀୟ ପତ୍ନୀ ।

Jeypore Women Alleged On His Husband Having 20 Wife's

ପରିବାରରେ ଆପଣ ଅନେକ ଝଗଡ଼ା ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । ତେବେ, ଏ ମାମଲା ସମ୍ପୂର୍ଣ୍ଣ ଭିନ୍ନ । ଜୟପୁର ଟାଉନ୍ ଥାନାରେ ଏମିତି ଏକ ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସଞ୍ଜୁକ୍ତା ପାତ୍ର ନାମକ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ- ତାଙ୍କ ସ୍ୱାମୀଙ୍କ ୨୦ ଜଣ ପତ୍ନୀ ଅଛନ୍ତି । ତାଙ୍କ ସ୍ୱାମୀ ପ୍ରଭାତ ଚେଟ୍ଟୀ ମିଛ ପ୍ରଲୋଭନ ଦେଖାଇ ଝିଅମାନଙ୍କୁ ବିବାହ କରୁଛନ୍ତି । ଏତିକି ନୁହେଁ ସ୍ୱାମୀଙ୍କ ଏକାଧିକ ପତ୍ନୀ କଥା ଜଣା ପଡ଼ିଯିବା ପରେ ପ୍ରଭାତ ନିର୍ଯାତନା ଦେଉଥିବା ସଞ୍ଜୁକ୍ତା ଅଭିଯୋଗ କରିଛନ୍ତି । ଅଭିଯୋର ଫର୍ଦ୍ଦ ଏତିକିରେ ସରିନି । ପ୍ରଭାତ ଚେଟ୍ଟୀ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଥିବା ସଞ୍ଜୁକ୍ତା ଓ ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।

Jeypore Women Alleged On His Husband Having 20 Wife's

ଅନ୍ୟପଟେ ସଞ୍ଜୁକ୍ତାଙ୍କ ଅଭିଯୋଗକୁ ଅସ୍ୱୀକାର ନକଲେ ବି ସମ୍ପୂର୍ଣ୍ଣ ମାନିନାହାଁନ୍ତି ପ୍ରଭାତ । ସଞ୍ଜୁକ୍ତା ତାଙ୍କର ଦ୍ୱିତୀୟ ପତ୍ନୀ ବୋଲି ପ୍ରଭାତ କହିଛନ୍ତି । ସଞ୍ଜୁକ୍ତାଙ୍କ କଥାରେ ମୁଁ ଫସି ଯାଇଛି । ତାର ଅନ୍ୟ ସହ ସମ୍ପର୍କ ଅଛି । ଏପରି ସଞ୍ଜୁକ୍ତାଙ୍କ ୨ ଝିଅ ତାଙ୍କର କି ନୁହେଁ ଜାଣିନଥିବା ପ୍ରଭାତ କହିଛନ୍ତି । ସଞ୍ଜୁକ୍ତା ଡକାୟତି କରୁଥିବା ନେଇ ପ୍ରଭାତ ପାଲଟା ଅଭିଯୋଗ କରିଛନ୍ତି ।

Jeypore Women Alleged On His Husband Having 20 Wife's

ମାମଲା ଥାନାରେ ପହଞ୍ଚିଥିବା ବେଳେ ଘର ଓ ଜାଗାକୁ ନେଇ ବିବାଦ ଉଠିଥିବା ପୋଲିସ କହିଛି । ଜାଗାକୁ ନେଇ କୋର୍ଟରେ ସିଭିଲ୍ ମାମଲା ଚାଲିଥିବା ବେଳେ ସଞ୍ଜୁକ୍ତା ମାମଲା ଜିତିଛନ୍ତି । ମାମଲା କୋର୍ଟରେ ଥିବାରୁ ସଞ୍ଜୁକ୍ତା ଓ ପ୍ରଭାତ ପୁଣି କୋର୍ଟର ଆଶ୍ରୟ ନେବାକୁ ପୋଲିସ ଉଭୟଙ୍କୁ ପରାମର୍ଶ ଦେଇଛି ।

Leave a Reply