ହାତରୁ ମେହେନ୍ଦୀ ଲିଭିନି, ହେଲେ ଲିଭିଗଲା ଜୀବନ ଦୀପ

ଢେଙ୍କାନାଳ: ଚତୁର୍ଥ ଦିନ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକ ଗତ ୧୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁର ମଦନ ମୋହନ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଆଜି ସକାଳେ ଝରଣାଙ୍କର ଝୁଲନ୍ତା ମୃତ ଦେହ ଶାଶୁଘରୁ ଉଦ୍ଧାର କରାଯାଇଛି । କେଉଁ କାରଣରୁ ନବବଧୂ ଜଣଙ୍କର ମୃତ୍ୟୁ ହୋଇଛି ତା’ର କାରଣ ଏଯାବତ୍ ଜଣାପଡିନାହିଁ।

ତେବେ ଝରଣାଙ୍କର ମୃତ୍ୟୁ ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଛି । ପରେ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Leave a Reply