ନ୍ୟୁଜିଲାଣ୍ଡରେ କରୋନାର ନୂଆ ମାମଲା: ୩ ଦିନିଆ ଲକ୍‌ଡାଉନ୍ ଘୋଷଣା କଲେ ସରକାର

1 min read

ଓ୍ୱେଲିଂଟନ୍: ନ୍ୟୁଜିଲାଣ୍ଡର ସବୁଠାରୁ ବଡ଼ ସହର ଅକ୍‌ଲାଣ୍ଡରେ ଲାଗୁ ହେବାକୁ ଯାଉଛି ୩ ଦିନିଆ ଲକ୍‌ଡାଉନ୍ । ଏହି ଲକ୍‌ଡାଉନ୍ ରବିବାର ମଧ୍ୟରାତ୍ରି ଲାଗୁ ହେବ । ସହରରେ କରୋନାର ନୂଆ ରୋଗୀ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ କରି ଚିହ୍ନଟ ହୋଇଥିବା ମାମଲା ସମ୍ପର୍କରେ ପୂର୍ଣ୍ଣ ସୂଚନା ମିଳିବା ଯାଏଁ ସତର୍କ ରହିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

          ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି କରୋନା ସମ୍ପର୍କିତ ସ୍ଥିତି ଅନୁଧ୍ୟାନ ଓ ଏହାକୁ ରୋକିବା ନେଇ ପଦକ୍ଷେପ ନେବାକୁ ରାଜଧାନୀ ଓ୍ୱେଲିଂଟନ୍ ଫେରିଆସିଛନ୍ତି । ସୂଚନା ଯୋଗ୍ୟ ଯେ, ଅନ୍ୟ ଦେଶଗୁଡ଼ିକ ତୁଳନାରେ ନ୍ୟୁଜିଲାଣ୍ଡ କରୋନା ଭାଇରସ୍‌କୁ ରୋକିବା ଦିଗରେ ଶୀଘ୍ର ସଫଳ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ପୂର୍ବତନ RAW ଏଜେଣ୍ଟଙ୍କୁ ରହିବାକୁ ମିଳୁନି ଘର: ଜିଲ୍ଲାପାଳ ମଧ୍ୟ କଲେନି ସାହାଯ୍ୟ

Leave a Reply