ପ୍ରଥମ ଡୋଜ୍ କୋଭିଡ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବଢ଼ିଲା ଅବଧି, କାଲିଠୁ ଦିଆଯିବ ଦ୍ୱିତୀୟ ଡୋଜ୍

MoHFW Has Extended Timeline For Mop-up Vaccination For Remaining HCW

ଭୁବନେଶ୍ୱର: ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା । କିନ୍ତୁ କେତେକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାଁନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଡୋଜ୍ ଟିକାକରଣ ତାରିଖକୁ ବୃଦ୍ଧି କରିଛନ୍ତି । ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଫେବ୍ରୁଆରୀ ୨୫ ସୁଦ୍ଧା ଟିକା ନେବାକୁ କୁହାଯାଇଛି ।

MoHFW Has Extended Timeline For Mop-up Vaccination For Remaining HCW

ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତ ଜିଲ୍ଲାକୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଫେବ୍ରୁଆରୀ ୨୫ ତାରିଖ ମଧ୍ୟରେ ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦିଆଯିବା ନେଇ ନିଶ୍ଚିତ କରିବାକୁ କୁହାଯାଇଛି । ଟିକାକରଣ ପୂର୍ବରୁ ସେମାନଙ୍କୁ ସ୍ଥାନ ଓ ସମୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

MoHFW Has Extended Timeline For Mop-up Vaccination For Remaining HCW

ଅନ୍ୟପଟେ କୋଭିଡ୍ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । କାଲିଠୁ ଦିଆଯିବ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ଏଥିପାଇଁ ସମସ୍ତ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ।

Leave a Reply