ବଜାରକୁ ଆସିବ ୱାନ ପ୍ଲସର ଶସ୍ତା ସ୍ମାର୍ଟ୍ ଟିଭି, ମିଳିବ ଡଲ୍ବି ଭିଜନ୍ ଆଟମୋସ୍ ସାଉଣ୍ଡ କ୍ୱାଲିଟି….

1 min read

ଓ୍ୱାନ ପ୍ଲସ୍ ମୋବାଇଲ ଭାରତୀୟ ବଜାରରେ ଚାହିଦାରେ ରହିବା ପରେ କମ୍ପାନୀ ୨୦୧୯ରେ ସ୍ମାର୍ଟ୍ ଟିଭି ଲଞ୍ଜ କରିଥିଲା । ମାତ୍ର ଭାରତକୁ ଏତେ ଭଲ ଦରରେ ଗ୍ରାହକଙ୍କୁ ଆକର୍ଷଣ କରିବା ଭଳି ଟିଭି ଓ୍ୱାନ ପ୍ଲସ୍ ତରଫରୁ ଲଞ୍ଜ ହୋଇନଥିଲା । ଏବେ ଅପେକ୍ଷାର ଅନ୍ତ ଘଟାଇ ଓ୍ୱାନ ପ୍ଲସ ଭାରତୀୟ ବଜାରକୁ ଆଣିବ ନିଜର ତିନୋଟି  ସ୍ମାର୍ଟ୍ ଟିଭି,ଯାହାର ମୁଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହେବ ।

ଆସନ୍ତା ଜୁଲାଇ ଦୁଇ ତାରିଖରେ ଏହା ବଜାର ପ୍ରବେଶ କରିବ । ତିନୋଟି ଯାକ ଟିଭିର ଦର ୫୦ ହଜାର ଟଙ୍କାର ସୀମା ମଧ୍ୟରେ ରହିଥିବା ହେତୁସ୍ମାର୍ଟ୍ ଟିଭି ହିସାବରେ ଏହାକୁ ଏକ ଭଲ ପ୍ରାଇସ ରେଞ୍ଜର ସ୍ମାର୍ଟ୍ ଟିଭି ବୋଲି ବିଚାର କରାଯାଉଛି । ଏବେଠାରୁ ଓ୍ୱାନ ପ୍ଲସର ଏହି ସ୍ମାର୍ଟ୍ ଟିଭିର ବୁକିଂ କରାଯାଇ ପାରିବ । କମ୍ପାନୀ ପକ୍ଷରୁ ନିଜ ସୋସିଆଲ ମିଡିଆରେ ଏନେଇ ସୂଚନା ଦିଆଯାଇଛି ।

ତେବେ ସବୁଠାରୁ ଶସ୍ତା ଦରରେ ଆସୁଥିବା ଟିଭିର ମୂଲ୍ୟକୁ ଓ୍ୱାନ୍ ପ୍ଲସ ୧୦ରୁ ୨୦ ହଜାର ଟଙ୍କା ଭିତରେ ରଖିବ । ମଧ୍ୟମ ଧରଣର ଟିଭିର ଦର ୨୦ରୁ ୩୦ ହଜାର ଓ ସବୁଠାରୁ ମହଙ୍ଗା ଟିଭିର ଦର ୪୦ରୁ ୫୦ ହଜାର ମଧ୍ୟରେ ରହିବା ନେଇ କମ୍ପାନୀ କହିସାରିଛି । ତେବେ କମ୍ପାନୀ ପକ୍ଷରୁ ଟିଭି ସମ୍ୱନ୍ଧୀୟ ଅନ୍ୟ କିଛି ସୂଚନା ମଧ୍ୟ ଦିଆଯାଇଛି । ଏହି ଟିଭିଗୁଡିକ ଅଲଟ୍ରା ସ୍ଲିମ୍ ହେବ । ଓ୍ୱାନ ପ୍ଲସ୍ ୮ ସ୍ମାଟ ଫୋନର ମୋଟେଇ ସହ ଏହି ଟିଭି ଗୁଡିକର ମୋଟେଇ ତୁଳନା କରି କମ୍ପାନୀ ଏହା ଜଣାଇଛି ଯେ ଉଭୟଙ୍କର ମୋଟେଇ ସମାନ । ସେହିଭଳି ଟିଭି ଡଲବି ଆଟ୍ମୋସ୍ ସାଉଣ୍ଡ କ୍ୱାଲିଟି ସହ ଆସୁଛି ବୋଲି ସୂଚନା ମିଳିଛି ।

Leave a Reply