ନୂଆ ପ୍ରୟାସ, କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ସଙ୍ଗୀତ ସନ୍ଧ୍ୟା

Jharpada Jail

ଭୁବନେଶ୍ୱର: ଜେଲରେ ଖୋଲିବ ଦୋକାନ । ଲୋକଙ୍କୁ ମିଳିବ କଏଦୀଙ୍କ ହାତ ତିଆରି ସାମଗ୍ରୀ ଓ ଖାଦ୍ୟ ପଦାର୍ଥ । ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ । କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ସାଉଣ୍ଡ ସିଷ୍ଟମ ଜରିଆରେ ଭଜନ ଓ ପ୍ରବଚନ ବ୍ୟବସ୍ଥା କରାଯିବ ।

ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ କଏଦୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଅଛି ସେମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଛି । ଜେଲ ପରିସରରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଛି । ଏଠାରେ ଉତ୍ପାଦିତ ହଳଦୀ କାଉଣ୍ଟରରେ ବିକ୍ରି ହେବ ।

ଖୁବଶୀଘ୍ର ଜେଲ ଭିତରେ ଅଟାକଳ ଓ ସୋରିଷ ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯିବ । ସେହିପରି ଆକ୍ୱା ଫାର୍ମିଂ ପ୍ରକ୍ରିୟାରେ ଜେଲ୍ ପରିସରରେ ମାଛ ଚାଷ, ବାୟୋ କମ୍ପୋଷ୍ଟ ପ୍ରସ୍ତୁତ କରାଯିବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଡି.ଏନ.ବାରିକ । ଅନ୍ୟପଟେ ରୋପଣ ହୋଇଥିବା ୮ ହଜାର ଗେଣ୍ଡୁ ଚାରାରୁ ଯେଉଁ ଫୁଲ ତୋଳାଯିବ ତାହାକୁ ମଧ୍ୟ କାଉଣ୍ଟରରେ ବିକ୍ରି କରାଯିବ ବୋଲି ସେ କହିଛନ୍ତି ।

Leave a Reply