ନିମ୍‌ପୁରରେ ଖେଳାଳିଙ୍କ ଅଭ୍ୟାସ୍‌ ପାଇଁ ଆଷ୍ଟ୍ରୋ ଟର୍ଫ ପିଚ୍

1 min read
Astro turf Pitch

କଟକ: କରୋନା ସମୟରେ ଯୁବ ଓ ପ୍ରତିଭାବାନ୍ କ୍ରିକେଟ ଖେଳାଳୀଙ୍କୁ ଅଭ୍ୟାସ ସୁଯୋଗ ଦେବା ପାଇଁ ନିମପୁର କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରତିଷ୍ଠା ହୋଇଛି ଆଷ୍ଟ୍ରୋ ଟର୍ଫ ପିଚ୍‌ । ସାମାଜିକ ଦୂରତ୍ୱ ରଖି ଖେଳାଳୀମାନେ, ବୋଲିଂ ମେସିନ୍‌ ସାହାଯ୍ୟରେ ଏହି ପିଚରେ କଠିନ ଉପଯୋଗୀ ଅଭ୍ୟାସ ସୁଯୋଗ ପାଉଛନ୍ତି ।

Cricket Pitch
File Photo

କଟକ ନିମପୁର ସ୍ପୋଟର୍ସ ଗ୍ରାଉଣ୍ଡରେ ଏବେ ନୂଆ କରି ପ୍ରତିଷ୍ଠା ହୋଇଛି ଏହି ଆଷ୍ଟ୍ରୋ ଟର୍ଫ ପିଚ୍‌ । କରୋନା ସମୟରେ ଯୁବ ଓ ପ୍ରତିଭାବାନ୍ କ୍ରିକେଟ ଖେଳାଳୀଙ୍କୁ ଅଭ୍ୟାସ ସୁଯୋଗ ଦେବା ପାଇଁ କ୍ଲବ୍‌ ପକ୍ଷରୁ ପ୍ରଥମ ଥର ଲାଗି ଆଷ୍ଟ୍ରୋ ଟର୍ଫ ପିଚ୍‌ ସହ ବୋଲିଂ ମେସିନ୍‌ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଖେଳାଳୀମାନେ ସାମାଜିକ ଦୂରତ୍ୱ ରଖି କମ ସଂଖ୍ୟାରେ ପଡିଆରେ ରହି ଅଭ୍ୟାସ କରି ପାରୁଛନ୍ତି ।

Cricket Pitch
File Photo

ଆଗକୁ କ୍ରିକେଟ୍‌ ସିଜିନ ଆରମ୍ଭ ହେବ । ବିଳମ୍ବରେ ସିଜିନ୍‌ ଆରମ୍ଭ ହେଉଥିବା କାରଣରୁ ଏବେ ଜୋରସୋରରେ ଖେଳାଳୀମାନେ ଅଭ୍ୟାସ କରୁଛନ୍ତି । ଏଥି ସହିତ ଡିସେମ୍ବର ମଧ୍ୟ ଭାଗରେ ଓସିଏ ଓଡିଶା କ୍ରିକେଟ ଲିଗ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍ ଆୟୋଜନ କରିବାକୁ ଯାଉଛି । ତେଣୁ ଏଠାକାର ଭିତ୍ତିଭୂମି ଖେଳାଳୀଙ୍କୁ ଅଭ୍ୟାସର ଭଲ ସୁଯୋଗ ଦେଉଛି ବୋଲି ଖେଳାଳୀ କହିଛନ୍ତି ।

Leave a Reply