ଅନ୍‌ଲକ୍‌ ୨.୦ ପାଇଁ ଗାଇଡଲାଇନ୍ ଜାରି: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

1 min read

ଭୁବନେଶ୍ୱର: ଆଜି ସରୁଛି ଅନ୍‌ଲକ୍‌ ଇଣ୍ଡିଆ ୧.୦ । ତା’ପୂର୍ବରୁ ଅନଲକ୍‌-୨ ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୨ରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ଅନୁଷ୍ଠାନରେ SOP ପାଳନ ହେବ।

Lockdown 2.0: Hotspots in focus as India explores decentralized ...

ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ । ସେହିପରି ଜୁଲାଇ ୧୫ ପରେ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ତାଲିମ ଆରମ୍ଭ ହେବ । ମେଟ୍ରୋ ଟ୍ରେନ୍‌, ଜିମ୍‌, ସିନେମା ହଲ , ସୁଇମିଂ ପୁଲ, ପାର୍କ, ବାର୍‌ ବନ୍ଦ ରହିବ । ସେହିପରି ଜୁଲାଇ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ ଜାରି ରହିବ । ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବ ।

Fresh guidelines issued for lockdown 2.0, govt bars all public ...

କଣ୍ଟେନମେଣ୍ଟ ଜୋନ୍ ଉପରେ ରାଜ୍ୟ ସରକାର ନଜର ରଖିବେ । ଧାର୍ମିକ ସଭା ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନଲାଇନରେ ସମସ୍ତ ପ୍ରକାର ଶିକ୍ଷା କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଯାତ୍ରୀବାହୀ ଟ୍ରେନ୍‌ ଓ ଦେଶ ଭିତରେ ବିମାନ ଚଳାଚଳକୁ ଅନୁମତି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳକୁ ଅନୁମତି ଦିଆଯାଇଛି । କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସାମାଜିକ, କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ ବନ୍ଦ ରହିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ସହ ଆରୋଗ୍ୟ ସେତୁ ଆପ୍‌କୁ ବ୍ୟବହାର କରିବା ବାଧ୍ୟତାମୂଳକ ବନ୍ଦ ରହିବ ।

Leave a Reply