ଡାକ୍ତର ଦିବସରେ ଡାକ୍ତରଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡକ୍ଟର୍ସ ଡେରେ ଡାକ୍ତରଙ୍କୁ ସଲାମ୍ । ଡାକ୍ତରଙ୍କୁ ସବୁବେଳେ ଭଗବାନଙ୍କ ସହ ତୁଳନା କରାଯାଏ । କରୋନା କାଳରେ ଡାକ୍ତରଙ୍କ ତ୍ୟାଗ ଓ ସେବା ଭାବନାର ସବୁଆଡେ ଚର୍ଚ୍ଚା ।  କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ହେଉଛନ୍ତି  ଡାକ୍ତର । ନିଜର ଓ ପରିବାରର ସୁରକ୍ଷାକୁ ପଛକରି ଡାକ୍ତରମାନେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛନ୍ତି । ସେମାନଙ୍କ ତ୍ୟାଗ ଓ ସାହସକୁ ଡକ୍ଟର୍ସ ଡେ’ରେ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି ।

ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଦିନରେ ସମସ୍ତ ଡାକ୍ତରଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ସେହି ସମସ୍ତ ଡାକ୍ତରଙ୍କୁ ସଲାମ ଯେଉଁମାନେ , ମାନବ ସଭ୍ୟତା ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ମହାମାରୀ କରୋନା  କବଳରୁ ଆମକୁ ରକ୍ଷା କରିବା ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରି ଚାଲିଛନ୍ତି ।

କରୋନା ବିରୋଧରେ ଫ୍ରଣ୍ଟଲାଇନ୍ ଯୋଦ୍ଧା ଭାବେ ଡାକ୍ତରମାନେ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କର ଏଭଳି ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭାରତରତ୍ନ ବିଧାନଚନ୍ଦ୍ର ରାୟ କିଏ ?

୧୮୮୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଡକ୍ଟର ବିଧାନ ଚନ୍ଦ୍ର ରାୟ ଭାରତର ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ । ସେ ମଧ୍ୟ ପଶ୍ଚିମ ବଙ୍ଗ ରାଜନୀତିର ପ୍ରମ୍ମୁଖ ଚେହେରା ଥିଲେ । ୧୯୪୮ ମସିହାରୁ ୧୯୬୨ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସରେ ଯୋଗ ଦେଇ ସେ ସ୍ୱାଧିନତା ସଂଗ୍ରାମରେ ଭାଗ ନେଇଥିଲେ ।

Leave a Reply