ନେହା କକ୍କର ଏବଂ ରୋହନପ୍ରୀତଙ୍କ ୱେଡିଂ କାର୍ଡ ଭାଇରାଲ, ଏହି ତାରିଖରେ କରିବେ ବିବାହ !

1 min read

ମୁମ୍ବାଇ: ଗାୟିକା ନେହା କକ୍କର ଆଜିକାଲି ନିଜ ବିବାହ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରୋହନପ୍ରୀତଙ୍କ ସହ ରିଲେସନଶିପ ନେଇ ସ୍ୱୀକାର କରିଛନ୍ତି ନେହା । ଖୁବ ଶୀଘ୍ର ନେହା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି ଆଧିକାରିକ ଘୋଷଣା ପରେ ତାଙ୍କ ବିବାହ ନେଇ ଅଧିକ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ନେହା ଓ ରୋହନପ୍ରୀତଙ୍କ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ଇଣ୍ଡିଆନ୍ ଆଇଡିଅଲ ମଞ୍ଚରେ ନେହା ଓ ଆଦିତ୍ୟଙ୍କ କେମେଷ୍ଟ୍ରି ଚର୍ଚ୍ଚାରେ ଥିଲା । ଦର୍ଶକ ଉଭୟଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରୁଥିଲେ । ହେଲେ ପରବର୍ତ୍ତି ସମୟରେ ଜଣା ପଡିଥିଲା ଯେ, ସେମାନେ ସୋ’ର ଟିଆରପି ପାଇଁ ଏଭଳି ସ୍କ୍ରିପ୍ଟ କରିଥିଲେ ।

ଏହି କାର୍ଡ ଅନୁସାରେ ନେହା ଓ ରୋହନପ୍ରୀତ ଚଳିତ ମାସ ୨୬ ତାରିଖ ପଞ୍ଜାବରେ ବିବାହ କରିବେ । ଅବଶ୍ୟ ନେହା ଓ ରୋହନପ୍ରୀତ ଏଯାଏଁ ତାଙ୍କ ବିବାହ କାର୍ଡ ସେୟାର କରିନାହାନ୍ତି, ସେଥିପାଇଁ ଏହି କାର୍ଡର ଡେଟ୍ ନେଇ ବିଶ୍ୱାସ କରିହେବ ନାହିଁ । ଏବେ ଏହି ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ସୂଚନାଯୋଗ୍ୟ ଯେ, ନେହା କକ୍କରଙ୍କ ବିବାହରେ ତାଙ୍କ ପରିବାର ସଦସ୍ୟ ଋଷିକେଶରୁ ଗଙ୍ଗା ଜଳ ନେଇ ଦିଲ୍ଲୀରେ ପହଞ୍ଚିବେ । ଏବଂ ନେହାଙ୍କୁ ଏହି ଗଙ୍ଗା ଜଳରେ ସ୍ନାନ କରାଯିବ। ଏହା ସହିତ କେଦାରନାଥଙ୍କ ପାଖରେ ପୂଜା କରାଯାଇଥିବା ଏକ ଫୁଲମାଳ ଅର୍ଡର କରାଯାଇଛି । ଏହି ଫୁଲମାଳ ତାଙ୍କ ସ୍ୱାମୀଙ୍କୁ ଉପହାର ରୂପେ ଦିଆଯିବ ।

https://www.instagram.com/p/CGb2HnwHheq/?utm_source=ig_embed

ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ନେହା ନିଜ ଫଟୋ ରୋହନପ୍ରୀତଙ୍କ ସହ କୋଲାଜ କରି ସେୟାର କରିଛନ୍ତି । ଗୋଟେ ଫଟୋରେ ନେହା ଖୁବ ବୋଲ୍ଡ ଓ ଗ୍ଲାମରସ ନଜର ଆସୁଛନ୍ତି । ସେପଟେ ଆଉ ଏକ ଫଟୋରେ ଲାଲ ରଙ୍ଗର ଚୁଡିଦାର ପିନ୍ଧି ଓଢଣୀରେ ନଜର ଆସିଛନ୍ତି । ଏଥି ସହିତ ନେହା ଏହି ଦୁଇଟି ଫଟୋରେ ଏକ ଟ୍ୟାଗ୍ ମଧ୍ୟ ଦେଇଛନ୍ତି। ବୋଲ୍ଡ ଷ୍ଟାଇଲିସ୍ ଫଟୋରେ ନେହାଙ୍କୁ “ମାୟକା”ରେ ଏବଂ ଚୁଡିଦାର ଫଟୋରେ ସେ “ସସୁରାଲ”ରେ ବୋଲି ଲେଖିଛନ୍ତି । ନେହା ଏହି ପୋଷ୍ଟକୁ ସେୟାର କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି ।

Leave a Reply