ବିଜେଡିର ନୂଆ ସଂଗଠନ ସଂପାଦକ ହେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ଦାୟିତ୍ୱବାନ୍ ଓ ନିଷ୍ଠାପର ଭାବେ ଦଳ ପାଇଁ କଠିନ ପରିଶ୍ରମ କଲେ ତାର ପ୍ରତିବଦଳରେ ପୁରସ୍କାର ଯେ, ନିଶ୍ଚୟ ମିଳିବ ଏକଥା ପୁଣିଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ଏକ ବଡ଼ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪, ୨୦୧୯ ସାଧାରଣ ନିର୍ବାଚନ,  ବିଜେପୁର ଏବଂ ପାଟକୁରା ଉପ ନିର୍ବାଚନରେ ପ୍ରଣବଙ୍କ କଠିନ ପରିଶ୍ରମ ପାଇଁ ତାଙ୍କୁ ବିଜେଡିର ସାଂଗଠନିକ ସଂପାଦକ ଭାବେ ନୂଆ ଦାୟିତ୍ୱ ମିଳିଛି ।

ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସଂଗଠନ ସମ୍ପାଦକ ହେବା ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସାଂଗଠନିକ ନିର୍ବାଚନ ପରେ ଦଳରେ ପ୍ରଥମ ନିଯୁକ୍ତି ସ୍ୱରୂପ ପ୍ରଣବଙ୍କ ନାଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପୁଣିଥରେ ଭରଷା କରି ଏଭଳି ଗୁରୁ ଦାୟିତ୍ୱ ଦେଇଛନ୍ତି । ପ୍ରଥମ ଥର ପାଇଁ ନବୀନ ଦଳୀୟ ନିଯୁକ୍ତି ନେଇ ଗଣମାଧ୍ୟମରେ ବିବୃତି ମଧ୍ୟ ଦେଇଛନ୍ତି । ଦଳ ପାଇଁ ପ୍ରଣବଙ୍କ ଅବଦାନକୁ ଖୁବ୍ ପ୍ରଶଂସା କରିଥିଲେ ସୁପ୍ରିମୋ ।

୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଣବଙ୍କ ଅବଦାନ ପ୍ରଶଂସନୀୟ । ପରବର୍ତ୍ତୀ ଉପନିର୍ବାଚନରେ ମଧ୍ୟ ପ୍ରଣବ ନେଇଥିଲେ ଗୁରୁ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରଣବ ସମ୍ଭାଳିବେ ଦଳର ସଂଗଠନ । ଉଲ୍ଲେଖନୀୟ ଭାବେ ଆଜିର ଦିନକୁ ଏହି ଘୋଷଣା ପାଇଁ ବାଛିଲେ ନବୀନ । ଦଳର ସାଂଗଠନିକ କାର୍ଯ୍ୟରେ ନବୀନଙ୍କୁ ସହଯୋଗ କରିବେ ପ୍ରଣବ । ଦଳରେ ସଭାପତି ନବୀନଙ୍କ ପରେ ପ୍ରଣବଙ୍କୁ ମିଳିଲା ଦ୍ୱିତୀୟ କ୍ଷମତା ।

Leave a Reply