ଦୁଇ ଦିନ ସଟ୍‌ଡାଉନ୍‌‌‌ କଲେ ଜିଲ୍ଲାପାଳ, କହିଲେ ସକାଳ ୫ରୁ….

Nabarangpur Shutdown For Two Days, Due to Corona Virus

ନବରଙ୍ଗପୁର: କରୋନା ଆତଙ୍କରେ ସମସ୍ତେ ଆତଙ୍କିତ । ସାରା ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ମଧ୍ୟ ବିଗିଡ଼ିବାରେ ଲାଗିଛି ପରିସ୍ଥିତି । ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ନିୟମକୁ କଡ଼ା କଡ଼ି କରିଛନ୍ତି । ପୂର୍ବରୁ ୪ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏବେ ନବରଙ୍ଗପୁରକୁ ଦୁଇ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।

କରେନା ସଂକ୍ରମଣକୁ ରୋକିବାକୁ ହେଲେ କେବଳ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ହିଁ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ଏହା ସହ ମୁହଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳ କରିଛନ୍ତି ରାଜ୍ୟ ସରକାର ।

ତେବେ ଏହାରି ଭିତରେ ନବରଙ୍ଗପୁରରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସ୍ଥାନୀୟ ଜିଲ୍ଲାପାଳ ଏହାକୁ ରୋକିବା ପାଇଁ ଦୁଇ ଦିଆ ସଟ୍‌ଡାଉନ୍‌ ନିେ୍ପତ୍ତି ନେଇଛନ୍ତି । ଆଗାମୀ ୨୧ ତାରିଖ ସକାଳ ୫ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିବ  ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply