ଦୁନିଆର ଏମିତି ଏକ ରହସ୍ୟମୟ ଦ୍ୱୀପ ! ଯେଉଁଠାକୁ ଯିବାକୁ ମହିଳାମାନଙ୍କୁ କରାଯାଇଛି ସମ୍ପୂର୍ଣ୍ଣ ବାରଣ

ଓକିନୋସିମା: ଦୁନିଆରେ ଅନେକ ସ୍ଥାନ ଅଛି, ଯାହା ନିଜର ବିଶେଷ କାରଣ ପାଇଁ ପ୍ରସିଦ୍ଧ । ଏହି ସ୍ଥାନଗୁଡିକ ବିଷୟରେ ଶୁଣିବା ପରେ,  ଥରେ ସେଠାକୁ ବୁଲିବାକୁ ଯିବାକୁ ନିଶ୍ଚିତ ଇଚ୍ଛା ହୋଇଥାଏ । ଜାପାନର ଓକିନୋସିମା ଦ୍ୱୀପ ମଧ୍ୟ ଏହି ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ଏହି ଦ୍ୱୀପ ସହିତ ଜଡିତ ଅଜବ ନିୟମ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଓକିନୋସିମା ଦ୍ୱୀପ ଏପରି ଏକ ସ୍ଥାନ ଯେଉଁଠାରେ ମହିଳାଙ୍କ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥି ସହିତ ପୁରୁଷମାନଙ୍କୁ ମଧ୍ୟ ଏହି ଦ୍ୱୀପ ପରିଦର୍ଶନ କରିବାକୁ ହେଲେ କଡା ନିୟମ ପାଳନ କରିବାକୁ ପଡିଥାଏ ।

ଓକିନୋସିମା ଦ୍ୱୀପକୁ ୟୁନେସ୍କୋ ବିଶ୍ୱର ଐତିହ୍ୟ ସ୍ଥଳ ଭାବେ ଘୋଷିତ କରିଛି । ୭ଶହ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଦ୍ୱୀପ ବିଷୟରେ କୁହାଯାଏ ଯେ, ଚତୁର୍ଥରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଉପଦ୍ୱୀପ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟର କେନ୍ଦ୍ର ହେଉଥିଲା ଏହି ଦ୍ୱୀପ ।

ଧାର୍ମିକ ଭାବରେ ଏହି ଦ୍ୱୀପଟିକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଏହି ଦ୍ୱୀପରେ ପ୍ରାଚୀନ କାଳରୁ ଏବେ ପର୍ଯ୍ୟନ୍ତ କେତେକ ଧାର୍ମିକ ପ୍ରତିବନ୍ଧକ ରହିଆସିଛି, ତେଣୁ ଦ୍ୱୀପରେ ମହିଳାମାନଙ୍କ ଆଗମନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି ।

କୁହାଯାଏ ଯେ, ଏହି ଦ୍ୱୀପକୁ ଯିବାକୁ ହେଲେ ପୁରୁଷମାନଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବାକୁ ପଡ଼ିଥାଏ । ଏହି ଦ୍ୱୀପ ବିଷୟରେ ନିୟମ ଏତେ କଠୋର ଯେ ଗୋଟିଏ ବର୍ଷରେ କେବଳ ୨୦୦ ପୁରୁଷ ଏହି ଦ୍ୱୀପ ପରିଦର୍ଶନ କରିପାରିବାକୁ ଯାଇପାରନ୍ତି । ଯେଉଁମାନେ ଏହି ଦ୍ୱୀପ ପରିଦର୍ଶନ କରନ୍ତି ସେମାନଙ୍କୁ ସେଠାରୁ କିଛି ନ ଆଣିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେମାନଙ୍କୁ ସେମାନଙ୍କର ଯାତ୍ରା ବିଷୟରେ କାହାକୁ ନ କହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ସେଠାରୁ ଫେରୁଥିବା ଲୋକମାନେ ସେଠାରୁ ଧୁଳି ମଧ୍ୟ ଆଣି ପାରିବେ ନାହିଁ । ବାସ୍ତବରେ, ଏହି ଦ୍ୱୀପରେ ମୁନାକାତା ତାଇଶା ଓକିଟୁ ମନ୍ଦିର ଅଛି, ଯେଉଁଠାରେ ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ । କୁହାଯାଏ ଯେ ୧୭ତମ ଶତାବ୍ଦୀରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏଠାରେ ପୂଜା କରାଯାଉଥିଲା ।

Leave a Reply