ପ୍ରଖ୍ୟାତ ଗୀତିକାର କବିର ସୁମନ୍‌ଙ୍କର ଆଜି ଜନ୍ମଦିନ

ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଔପନ୍ୟାସିକ, ଉପସ୍ଥାପକ ଏବଂ ରାଜନେତା ଭାବେ ଖୁବ୍‌ ଜଣାଶୁଣା କବିର ସୁମନ୍‌ଙ୍କର ଆଜି ଜନ୍ମଦିନ । ୨୦୦୯ ମସିହା ମେ’ ମାସରୁ ୨୦୧୪ ମସିହା ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ଏହି ପ୍ରଖ୍ୟାତ ଗୀତିକାର ।

ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ ପକ୍ଷରୁ କଲିକତାର ଯାଦବପୁର ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ କବିର ସୁମନ୍‌ । କେବଳ ସେତିକି ନୁହେଁ ଗୀତିକାର ସହ ସେ ଜଣେ ସାମାଜିକ କର୍ମୀ ତଥା ସାମ୍ବାଦିକ । ପ୍ରଥମେ କବିର ସୁମନ୍ ଙ୍କ ନାଁ ସୁମନ ଚଟ୍ଟୋପଧ୍ୟାୟ ଥିଲା ।

ହେଲେ ମନୋରଞ୍ଜନ ଜଗତକୁ ଆସିବା ପୂର୍ବରୁ ସେ ତାଙ୍କ ନାଁ ବଦଳିଥିଲେ । ସୁମନଙ୍କ ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ଖୁବ କମ୍ ବୟସରେ ସେ ଗୀତ ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଗୀତ ପାଇଁ ଥିବା ଆଗ୍ରାହ ତାଙ୍କୁ ଖୁବ ଆଗକୁ ନେଇଥିଲା ।୧୯୯୦ ମସିହାରେ ଆଲବମ୍‌ ‘ତୋମାକେ ଚାଇ’ ଏବଂ ‘ବୋସେ ଆଙ୍କୋ’ ଜରିଆରେ ସେ ପରଦାରେ ନଜର ଆସିଥିଲେ ।

ବେଙ୍ଗଲୀ ମ୍ୟୁଜିକ ଇଣ୍ଡଷ୍ଟ୍ରିର ସେ ପ୍ରଥମ ସିଙ୍ଗର ଯିଏ ଭିନ୍ନ ଭିନ୍ନ ବାଦ୍ୟଯନ୍ତ୍ର ବାଦକ ଭାବେ ମଧ୍ୟ ଖୁବ ପରିଚିତ । ଏହା ସହ ସେ ହେଉଛନ୍ତି ପ୍ରଥମ ଭାରତୀୟ ମ୍ୟୁଜିସିଆନ ଯିଏ ଗୋଟିଏ ଆଲବମ୍‌ ର ଗୀତ ନିଜେ ଲେଖିଥିଲେ ଓ ରେକଡିଂ କରି ଲେଖିଥିବା ଗୀତକୁ ନିଜେ ମଧ୍ୟ ଗାଇଥିଲେ । ଆଜି ଏହି ସମ୍ମାନୀତ ବ୍ୟାକ୍ତିଙ୍କୁ ଜନ୍ମଦିନରେ ନନ୍ଦିଘୋଷ ଟିଭି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Leave a Reply