କରୋନା ପାଇଁ ଚଳଚ୍ଚିତ୍ର ଓ ଧାରାବାହିକ ଶୁଟିଂ ସ୍ଥଗିତ

1 min read

ମୁମ୍ବାଇ: ଚଳଚ୍ଚିତ୍ର ଟେକ୍ନିସିଆନମାନଙ୍କୁ କରୋନାଭାଇରସର ବିପଦରୁ ରକ୍ଷା କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ବଡ ସଂଗଠନ ବୈଠକ କରିଛି । ଏଥିରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପାଇଜ (FWICE), ଇଣ୍ଡିଆନ୍ ମୋସନ୍ ପିକ୍ଚର୍ସ ପ୍ରଡ୍ୟୁସର ଆସୋସିଏସନ୍ (IMPPA), ୱେଷ୍ଟର୍ଣ୍ଣ ଇଣ୍ଡିଆ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ (WIFPA), IFPTC ଏବଂ ଗିଲ୍ଡର ସଦସ୍ୟମାନେ ସାମିଲ ହୋଇଥିଲେ | ବୈଠକରେ ୧୯ମାର୍ଚ୍ଚରୁ ୩୧ ମାର୍ଚ୍ଚ ଯାଏଁ ସବୁ ଫିଲ୍ମ ଏବଂ ଟିଭି ସୋ’ର ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ନିର୍ମାତାମାନଙ୍କୁ ଜଣାଇଦିଆଯାଇଛି ଯେ ଜଦି ସେମାନେ ଦେଶ କି ବିଦେଶରେ ଶୁଟିଂ କରୁଛନ୍ତି ତ ନିଜ ୟୁନିଟକୁ ସେମାନଙ୍କ ଫେରାଇ ଆଣିବାକୁ କୁହାଯାଇଛି ।

https://www.instagram.com/p/B9wUx9jF7xt/?utm_source=ig_embed

ବୈଠକରେ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଫେଡେରେଶନର ସମ୍ପାଦକ ଅଶୋକ ଦୁବେ ଏବଂ ଫେଡରେଶନର ମୁଖ୍ୟ ପରାମର୍ଶଦାତା ତଥା ନିର୍ଦ୍ଦେଶକ ଅଶୋକ ପଣ୍ଡିତ, ଇମ୍ପାର ସଭାପତି ଟିପି ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଅଭୟ ସିହ୍ନା ଏବଂ ପଶ୍ଚିମ ଭାରତ ଚଳଚ୍ଚିତ୍ର ନିର୍ମାତା ଯୋଗ ଦେଇଥିଲେ। ସଙ୍ଗ୍ରାମ ଶିରେକେ, ଆସୋସିଏସନର ସଭାପତି ଏବଂ ଗିଲ୍ଡର ଅଧିକାରୀ ସାମିଲ ଥିଲେ ।

ମାର୍ଚ୍ଚ ୩୦ରେ ପୁଣି ହେବ ବୈଠକ

ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀଙ୍କ ପାଞ୍ଚ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି । ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ କରୋନାଭାଇରସକୁ ରୋକିବା ପାଇଁ ନିର୍ମାତାମାନେ ଶୁଟିଂ ସ୍ଥାନ ଉପରେ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ । ସମସ୍ତ ଶୁଟିଂ ସ୍ପଟରେ ସାନିଟାଇଜର ଏବଂ ମାସ୍କ ବ୍ୟବସ୍ଥା କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଶୁଟିଂ ପୁଣି ଆରମ୍ଭ ହେବାନେଇ ମାର୍ଚ୍ଚ ୩୦ରେ ହେବାକୁଥିବା ବୈଠକରେ ନିଷ୍ପତ୍ତି ନିଆଯିବ ।

Leave a Reply