ଲକଡାଉନ୍ ବେଳେ କେତେ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି ? ସରକାର କହିଲେ- ଜଣା ନାହିଁ

1 min read

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ ବିପକ୍ଷ ଲିଖିତ ଭାବେ ପ୍ରଶ୍ନ ପଚାରୁଛନ୍ତି । କରୋନା ସଂକଟ ଓ ଲକଡାଉନ୍ ମଧ୍ୟରେ ବେଶ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପ୍ରବାସୀ ଶ୍ରମିକ । ଏହା ଉପରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ । କରୋନା ଲକଡାଉନ୍ ବେଳେ କେତେଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାର ତଥ୍ୟ ମାଗିଛନ୍ତି ବିରୋଧୀ ଦଳର କିଛି ସାଂସଦ । ଯାହା ଉତ୍ତରରେ ସରକାର କହିଛନ୍ତି ଏନେଇ କୌଣସି ତଥ୍ୟ ନାହିଁ ।

Modi Government Has No Data About The Deaths Of Migrant Workers During Lockdown Parliament Question

ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଶ୍ନ ଉଠିଥିଲା । ଦେଶରେ କେତେ ପ୍ରବାସୀ ଶ୍ରମିକ ରହିଛନ୍ତି । ଏମିତିକି ଲକଡାଉନ୍ ବେଳେ ସଂଖ୍ୟାଧିକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହା ବାଦ୍ ବିରୋଧୀ ପଚାରିଥିଲେ ଲକଡାଉନ୍ ବେଳେ ସରକାର ରାସନକାର୍ଡ ହିତାଧିକାରୀଙ୍କୁ ମାଗଣା ରାସନ ଦେଇଛନ୍ତି । ଯଦି ହିଁ ତ ତାଲିକା ଦିଅନ୍ତୁ ।

ଏହା ଛଡ଼ା ଲିଖିତ ପ୍ରଶ୍ନରେ କରୋନା ସଂକଟ ମଧ୍ୟରେ ସରକାର ନେଇଥିବା ଅନ୍ୟ ପଦକ୍ଷେପ ବିଷୟରେ ବିପକ୍ଷ ସୂଚନା ମାଗିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଲିଖିତ ଆକାରରେ ଜବାବ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି- ଭାରତ ଏକ ଦେଶ ରୂପରେ କେନ୍ଦ୍ର-ରାଜ୍ୟ ସରକାର, କିନ୍ତୁ ସ୍ଥାନୀୟ ପ୍ରଶାସନ କରୋନା ବିରୋଧୀ ଲଢ଼େଇ ଲଢ଼ିଛି । ମୃତ୍ୟୁକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ ।

Modi Government Has No Data About The Deaths Of Migrant Workers During Lockdown Parliament Question

ସେହିଭଳି ରାସନ ମାମଲାରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ରାଜ୍ୟ ଅନୁଯାୟୀ ତଥ୍ୟ ନାହିଁ । କିନ୍ତୁ ୮୦ କୋଟି ଲୋକଙ୍କୁ ପାଞ୍ଚ କିଲୋ ଅତିରିକ୍ତ ଚାଉଳ ଅଥବା ଗହମ, ଏକ କେଜି ଡାଲି ନଭେମ୍ବର ୨୦୨୦ ଯାଏଁ ପ୍ରତି ମାସ ଦିଆଯିବ । ଏହା ବ୍ୟତୀତ ସରକାର ଲକଡାଉନରେ ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ଭାରତ ପ୍ୟାକେଜ, EPF ସ୍କିମ୍ ଭଳି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ।

ଲକଡାଉନ୍ ଲାଗୁ ହେବା ପରେ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାସ୍ତାକୁ ଚାଲି ଆସିଥିଲେ ଆଉ ଚାଲି ଚାଲି ଘରମୁହାଁ ହୋଇଥିଲେ । ସେହି ସମୟରେ କେତେକ ଶ୍ରମିକ ଦୁର୍ଘଟଣା ସହ ସ୍ୱାସ୍ଥ୍ୟ ଖରାପ ହେବାରୁ ମୃତ୍ୟୁବରଣ କରିଥିବା ଆସିଥିଲା । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ ।

Leave a Reply