ଜବତ ହେଲା ଶତାଧିକ ମୋବାଇଲ, ଜାଣନ୍ତୁ କେଉଁଠୁ କେଉଁଠୁ ହୋଇଥିଲା ଚୋରି ?

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ ଠାବ । ୧୦୨ଟି ମୋବାଇଲ ଜବତ କରିଛି ପୋଲିସ । ଅନୁଗୁଳ, ଯାଜପୁର, ରାଉରକେଲାରୁ ଏ ସମସ୍ତ ମୋବାଇଲ୍ ଚୋରି ହୋଇଥିଲା ଜଣାପଡ଼ିଛି । ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ନାମକ ୨ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ଉଭୟ ଲୁଟେରାଙ୍କ ଘର ଅନୁଗୁଳରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ରାଉରକେଲା ଯାଉଥିବା ବସରୁ ମୋବାଇଲ ଚୋରି ହୋଇଥିବା ପ୍ରଥମେ ଅଭିଯୋଗ ହୋଇଥିଲା । ଏ ଦୁଇଜଣ ୮୨ ଜଣଙ୍କୁ ଚୋରି ମୋବାଇଲ୍ ଫୋନ ବିକ୍ରି କରିଥିବା ସୂଚନା ମିଳିଛି । ତେବେ ଏହି ଚୋରି ମୋବାଇଲକୁ କିଣିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

କେବଳ ସେତିକି ନୁହେଁ ଏହି ଚୋରିରେ ଅନ୍ୟ କେତେଜଣ ସାମିଲ ଅଛନ୍ତି । କିଭଳି ଭାବେ ଲୁଟକୁ ସଫଳ କରାଯାଉଥିଲା ଏସମସ୍ତ ତଥ୍ୟ ପାଇବାକୁ ପ୍ରୟାସ କରୁଛି ପୋଲିସ । ଏବଂ ଗ୍ୟାଙ୍ଗ୍‌ ସହ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ପୂର୍ବରୁ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ଲିଙ୍କ୍‌ରେ ୬ଜଣଙ୍କୁ ଗିରଫ କରାଯାଇଥିଲା ।

Leave a Reply