ମାହାଙ୍ଗା ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛନ୍ତି ବିରୋଧୀ: ପ୍ରତାପ ଜେନା

ଭୁବନେଶ୍ୱର: ମହାଙ୍ଗା ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । କଟକ ଜିଲ୍ଲା ମାହାଙ୍ଗାରେ ବିଜେପି ନେତା ତଥା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ପ୍ରସଙ୍ଗ ।  କହିଲେ ଘଟଣାକୁ ନେଇ ଦୋଷୀକୁ ଖୋଜିବା ବଦଳରେ ବିରୋଧୀ ଘଟଣାକୁ ରାଜନୈତୀକ ରୂପରେଖ ଦେବାକୁ ଚେଷ୍ଟା କରୁଛି ।

ସେ କହିଛନ୍ତି, ଯେତେବେଳେ ବି ଓଡ଼ିଶାରେ କିଛି ଅପରାଧ ଘଟୁଛି,  ସେତେବେଳେ  ସମସ୍ତଙ୍କ ଲକ୍ଷ୍ୟ ରହିବା ଉଚିତ ଯେ, ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ । କିନ୍ତୁ ବିରୋଧୀ ଦଳ ଏ କଥା ଚାହୁଁଛନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନ । ମାହାଙ୍ଗା ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛନ୍ତି ବିରୋଧୀ । ବିଜେପି ଯେହେତୁ ବିରୋଧି ରାଜନୈତିକ ଦଳ ତେଣୁ ସେମାନେ ଆମ ନାଁରେ ଏତଲା ଦେଇଛନ୍ତି । କିନ୍ତୁ ସତକଥା ତଦନ୍ତ ପରେ ହିଁ ଜଣା ପଡ଼ିବ ।

ତେବେ ମନ୍ତ୍ରୀ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ, ତାଙ୍କ ଉଦ୍ୟମ ରହିବ, ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ । ବିଜେପିକୁ କିଛି କହିବାକୁ ଚାହାଁନ୍ତି ନାହିଁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି । ତେବେ ଘଟଣାରେ ବିଜେପି ଯାହା କରିବା କଥା କରିବ ଆମେ ଯାହା କରିବା କଥା କରିବୁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave a Reply