ତିଆରି ଚାଲିଛି ସ୍ୱତନ୍ତ୍ର ‘ଭାଭା କବଚ’, ଭେଦ କରିପାରିବନି ଏକେ-୪୭ ଗୁଳି

1 min read

ହାଇଦ୍ରାବାଦ: ସୀମାରେ ଭାରତ ଲଢ଼ୁଛି । ଚୀନ ଓ ପାକିସ୍ତାନ ସହ ଭାରତର ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଏଭଳି ସମୟରେ ସୈନିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି କବଚ । ହାଇଦ୍ରାବାଦର ମିଶ୍ରା ଧାତୁ ନିଗମ ଲିମିଟେଡରେ ଅନ୍ତରାଷ୍ଟ୍ରୀୟ ମାନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରାଯାଉଛି । ଏହି ଜ୍ୟାକେଟ୍ ଏକେ-୪୭ ଗୁଳିକୁ ରୋକି ପାରିବ । ଏଥିସହ ବୁଲେଟ୍ ପ୍ରୁଫ୍ ଗାଡ଼ି ମଧ୍ୟ ନିର୍ମାଣ କରାଯାଉଛି ।

Midhani Masters Armour that Can Stop AK-47 Shots Bullet Proof Jackets

ଭାଭା ଏଟୋମିକ ରିସର୍ଚ୍ଚ ସେଣ୍ଟରରେ ଖାସ୍ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ ତିଆରି ହେଉଥିବାରୁ ଏହାର ନାଁ ‘ଭାବା କବଚ’ ରଖାଯାଇଛି । ଏହି ଜ୍ୟାକେଟ ଏକେ-୪୭ରୁ ବାହାରିଥିବା ଗୁଳିକୁ ରୋକି ପାରିବାରେ ସକ୍ଷମ । ପରୀକ୍ଷଣ ପାଇଁ କିଛି ବୁଲେଟପ୍ରୁଫ୍ ଜ୍ୟାକେଟକୁ ପାରାମିଲିଟ୍ରି ଫୋର୍ସଙ୍କୁ ଯୋଗାଣ ମଧ୍ୟ କରାଯାଇଛି ।

Midhani Masters Armour that Can Stop AK-47 Shots Bullet Proof Jackets

ମିଧାନି ଅଧ୍ୟକ୍ଷ ଓ ମ୍ୟାନେଜିଂ ଏଡିଟର ସଞ୍ଜୟ କୁମାର ଝା କହିଛନ୍ତି- ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଅଧିକ ପରିମାଣର ଉତ୍ପାଗନ ସହ ଆମ ନଜର ବିଶ୍ୱରେ ହେଉଥିବା ଯୁଦ୍ଧାସ୍ତ୍ର ଉପରେ ରହିଛି । ମିଧାନୀରେ ତିଆରି ହେଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଗୃହ ମନ୍ତ୍ରାଳୟର ମାନଦଣ୍ଡ ପୂରଣ କରୁଛି ।

ସେଠାରେ ପ୍ରସ୍ତୁତ ହେଉଥିବା ସଶସ୍ତ୍ର ଗାଡ଼ି କୌଣସି ବି ଅପ୍ରୀତିକର ପରିସ୍ଥିତିରୁ ଖସିବାରେ ସକ୍ଷମ । ଯଦି ଗାଡ଼ିର ଟାୟାରରେ ଗୋଳି ଲାଗାଯାଏ । ତଥାପି ଗାଡ଼ି ୧୦୦ କିଲୋମିଟର ଯାଏଁ ଯାଇ ପାରିବେ । ଇସୁଜୁ ବେସ୍ଡ କମ୍ବାଟ୍ ଗାଡ଼ିରେ ଆହୁରି ଅନେକ ପିଚର୍ସ ରହିଛି । ଅସ୍ତ୍ରଶସ୍ତ୍ର ସହ ୭ ଜମଙ୍କୁ ନେବାର କ୍ଷମତା ରହିଛି । ଏହି ଗାଡ଼ିକୁ କ୍ୱିକ୍ ରେସପନ୍ସ ଟିମ୍, ଏସ୍କର୍ଟ ଗାଡ଼ି, ଅପେରସନାଲ ଡ୍ୟୁଟି ପାଇଁ ସୈନିକଙ୍କୁ ନେବାରେ ବ୍ୟବହାର କରାଯାଇ ପାରିବ ।

Midhani Masters Armour that Can Stop AK-47 Shots Bullet Proof Jackets

କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବାହାରୁ ଆମଦାନୀ ପରିବର୍ତ୍ତେ ଡିଫେନ୍ସ ପବ୍ଲିକ ସେକ୍ଟରକୁ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । ବିଶେଷଜ୍ଞଙ୍କ ଅନୁସାରେ ମିଧାନିରେ ପ୍ରସ୍ତୁତ ହେଉଥିବା ଜ୍ୟାକେଟ ଓ ବୁଲେଟ୍ ପ୍ରୁଫ ଗାଡ଼ିକୁ ସୁରକ୍ଷା ଏଜେନ୍ସି ବ୍ୟବହାର କରିପାରିବେ ।

Leave a Reply