ଲଦାଖ୍‌ରେ ଉତ୍ତେଜନା: ଉଚ୍ଚାସ୍ଥାନରେ ଭାରତୀୟ ସେନାର କ୍ୟାମ୍ପ, ଚୀନ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

1 min read

ଲଦାଖ: ଭାରତ-ଚୀନ ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ଦୁଇ ଦେଶର ସେନା ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଡେରା ପକାଇବା ଆରମ୍ଭ କଲେଣି । ଉଭୟ ପକ୍ଷରୁ ଅଧିକ ସଂଖ୍ୟାରେ ସେନାଙ୍କୁ ନିୟୋଜିତ କରାଯାଉଛି । ଚୀନ ସାରାଦେଶରୁ ଅଧିକ ସଂଖ୍ୟାରେ ସେନା ଡକାଇ ଏଲଏସିରେ ମୁତୟନ କରାଇବା ପରେ ଉଚ୍ଚସ୍ଥାନମାନରେ କ୍ୟାମ୍ପ ଲଗାଇଛି ଭାରତୀୟ ସେନା । ଯାହାକୁ ନେଇ ଚୀନ କ୍ୟାମ୍ପରେ ଭୃକୁଞ୍ଚନ । ଚୀନ ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।

ଚୀନ ଗୁଇନ୍ଦା ସଂସ୍ଥା detresfa ଅନୁଯାୟୀ ଚୀନ ସୋସିଆଲ୍ ମିଡିଆରେ ଫଟୋ ସେୟାର କରାଯାଉଛି ଯେଉଁଥିରେ ଭାରତୀୟ କ୍ୟାମ୍ପର ସ୍ଥିତିକୁ ଦର୍ଶାଯାଇଛି । କୁହାଯାଉଛି ଯେ, ଫଟୋ ଗୁଡ଼ିକ ଚୀନ ସେଟଲାଇଟ୍ Gaofen-2ର । ଏଥିରେ ଭାରତୀୟ କ୍ୟାମ୍ପଗୁଡ଼ିକ ଉଚ୍ଚାସ୍ଥାନମାନକରେ ଲଗାଯାଇଥିବା ଦେଖିବାକୁ ମିଳିଛି, ଅପରପକ୍ଷରେ ଚୀନର କ୍ୟାମ୍ପ ତଳେ ରହିଛି ।

ଏହା ପୂର୍ବରୁ ମଧ୍ୟ ଚୀନ ସୋସିଆଲ୍ ମିଡିଆରେ, ସୀମାରେ ନିୟୋଜିତ ହୋଇଥିବା  ଭାରତୀୟ ସେନାର ସ୍ଥିତି ନେଇ ଫଟୋ ସେୟାର କରାଯାଇଥିଲା । ଏଥିରେ ପେଙ୍ଗାଙ୍ଗର ଦକ୍ଷିଣ ପାହାଡ଼ ଉପରେ ପିଏଲଏ କ୍ୟାମ୍ପ ଉପରେ ନଜର ରଖୁଥିବା ଭାରତୀୟ ସେନାର କ୍ୟାମ୍ପ ଦେଖାଯାଇଥିଲା ।

ଉଚ୍ଚାସ୍ଥାନରେ ଭାରତର କବ୍‌ଜା

ଚୀନର ଗତିବିଧିକୁ ନଜରରେ ରଖି ଭାରତୀୟ ସୈନିକ ପିଏଲଏର କ୍ୟାମ୍ପ ଠାରୁ ବହୁତ ଉଚ୍ଛ ସ୍ଥାନରେ କ୍ୟାମ୍ପ ଲଗାଇଛି । ଭାରତର ସାମରିକ ଠିକାଣରେ କ୍ୟାମ୍ପ ଲଗାଇବା ସହ ଫିଙ୍ଗର ୨ ଏବଂ ଫିଙ୍ଗର ୩ ଅଞ୍ଚଳରେ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଛି । ଅସ୍ତ୍ରଶସ୍ତ୍ର ଏବଂ ଭାରି ଯୁଦ୍ଧ ଉପକରଣ ସହ ପ୍ରସ୍ତୁତ ଭାରତୀୟ ସୈଅନିକ ଠାକୁଙ୍ଗ ଠାରୁ ନେଇ ରେକ୍ ଇନ୍ ଦରୋ ପର୍ଯ୍ୟନ୍ତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜ ପାଟ୍ରୋଲିଂ ମଜବୁତ୍ କରିଛି ।

Leave a Reply