ଜୁଲାଇ ୩୧ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ… ଖୁବ୍‌ ଶୀଘ୍ର ଘୋଷଣା ହେବ ତାରିଖ

ଭୁବନେଶ୍ୱର: କରୋନା ଯୋଗୁଁ ସ୍କୁଲ, କଲେଜରେ ଏବେ ଅନଲାଇନ୍ ଚାଲିଛି ପାଠପଢା  । ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା ନେଇ ଅନେକ ସମସ୍ୟା ଆସିଥିଲା । ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାତା ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା । କରୋନା ପାଇଁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ବାତିଲ ହେବା ପରେ ଶେଷରେ ଏବେ ମୂଲ୍ୟାୟନ ସରିଛି । ଏବଂ ମାଟ୍ରିକ ଫଳାଫଳ ପ୍ରକାଶ ପାଇବା ନେଇ ଆଜି ଘୋଷଣା କରାଯାଇଛି ।

ରାଜ୍ୟରେ ଜୁଲାଇ ମାସ ୩୧ ତାରିଖ ମଧ୍ୟରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇବ । ଏବେ ମାଟ୍ରିକ ଖାତା ଦେଖା ସରିଥିବା ନେଇ ସୂଚନା ଦିଆଯାଇଛି । ଖାତା ଦେଖା ସରି ଏବେ ଟାବୁଲେସନ ଚାଲିଛି । ତେବେ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି  ।

କିନ୍ତୁ ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ସମସ୍ୟା ରହୁଛି । ୨୦ଟି ଜିଲ୍ଲାରେ ସଟଡାଉନ୍ ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନାହାଁନ୍ତି । ତେବେ ଶୀଘ୍ର ଯୁକ୍ତଦୁଇ ଖାତା ମୂଲ୍ୟାୟନ ସାରି ପରୀକ୍ଷାଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

(ଭୁବନେଶ୍ୱରରୁ ପ୍ରିୟପ୍ରିତମ ମହାନ୍ତି)

Leave a Reply