ମିଳିବ ମୃତ୍ୟୁ ଦଣ୍ଡ ଯଦି ବିନା ଅନୁମତିରେ ଫୋନ୍‌ କରନ୍ତି; କାହିଁକି ଓ କେଉଁଠି ପଢନ୍ତୁ

ମାଲକାନାଗିରି: ଏଣିକି ଫୋନ୍‌ କଲେ ମିଳିବ ମୃତ୍ୟୁ ଦଣ୍ଡ । ବିନା ଅନୁମତିରେ କେହିବି କାହା ପାଖକୁ ଫୋନ୍‌ କରିପାରିବେ ନାହିଁ । ହିଟଲରୀ ଶାସନ ଭଳି ଜାରି ହୋଇଛି ଫତଓ୍ୱା । ଏଭଳି ଧମକ ଆସିଛି ସ୍ୱାଭିମାନ ଅଞ୍ଚଳରୁ । ସାଧାରଣ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ମାଓବାଦୀ ଦେଇଛନ୍ତି ଧମକ । ଏଭଳି କିଛି ପୋଷ୍ଟର କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଅନେକ ଗାଁରେ ।

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ପୋଷ୍ଟର ଏହି ସବୁ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଲ୍ଲେଖ ଥିଲାକି ଫୋନ୍‌ କଲେ ମିଳିବ ମୃତ୍ୟୁ ଦଣ୍ଡ । ଯେଉଁଠି ମୋବାଇଲ ନେଟ୍‌ୱର୍କ ଭଲ ଆସୁଛି ସେହି ଅଞ୍ଚଳର ଲୋକଙ୍କୁ ମାଓବାଦୀ କରିଛନ୍ତି ଟାର୍ଗେଟ । କାହା ପାଖକୁ ଯଦି ଫୋନ୍‌ କରିବାର ଅଛି ତେବେ ସେମାନେ ପ୍ରଥମେ ମାଓବାଦୀ ମାନଙ୍କଠାରୁ ଅନୁମତି ନେବେ । ଯଦି କେହିବି  ବିନା ଅନୁମତିରେ ଫୋନ୍‌ କରିବେ ସେମାନଙ୍କ ପାଇଁ ମୃତ୍ୟୁ ଦଣ୍ଡ ରହିଛି । ସଥିପାଇଁ ସାଧାରଣ ଲୋକଙ୍କୁ ସିଧା ସିଧା ଚେତାବନି ଦେଇଛନ୍ତି ମାଓବାଦୀ ।

ଏନେଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଯାହାପାଇଁ ଲୋକେ ଆବଶ୍ୟକତା ଥାଇ ବି ଫୋନ କରିପାରୁ ନାହାନ୍ତି । ଫୋନକୁ ହାତ ଲଗାଇବା ପୂର୍ବରୁ ଶହେ ଥର ଭାବିବା ପାଇଁ ବାଧ୍ୟ ହେଉଛନ୍ତି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Leave a Reply