ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ, ଖସି ପଳାଉଥିବା ବେଳେ କାବୁ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ପଲାସପଲ୍ଲୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଅଟୋରେ ଥିବା ସହଯାତ୍ରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳା ଯାତ୍ରୀଙ୍କ ପ୍ରତିବାଦ ପରେ ଚଳନ୍ତା ଅଟୋରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ ଜଣକ । ମାତ୍ର ସ୍ଥାନୀୟ ଲୋକ ଓ ଅଟୋ ଚାଳକଙ୍କ ହାବୁଡ଼ରେ ପଡ଼ି ନିସ୍ତୁକ ମାଡ଼ ଖାଇଥିଲେ । ସେପଟେ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଅଟୋ ଚାଳକଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ରାଜମହଲ ଛକରେ ଅଟୋରେ ବସିଲେ ଏବଂ ପଳାସପଲ୍ଲୀ ଓଭରବ୍ରିଜ ନିକଟରେ ସେ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବା ପରେ ସେ ଡିଆଁ ମାରି ଅଟୋରୁ ଖସି ପଲାଇବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଜଣଙ୍କ ଦୌଡ଼ି ପଳାଇବା ବେଳେ ଅଟୋ ଚାଳକ ଏବଂ କିଛି ସ୍ଥାନୀୟ ଲୋକ ତାଙ୍କୁ କାବୁ କରି  ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Leave a Reply