BREAKING NEWS
ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୯୬ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୬, ଯାଜପୁର ୬, ବାଲେଶ୍ୱର ୪, ଖୋର୍ଦ୍ଧା ୯, ଭଦ୍ରକ ୭, କଟକ ୬ପୁରୀ ୧, କେନ୍ଦ୍ରାପଡ଼ା ୧୦, ବଲାଙ୍ଗୀର ୭, ଜଗତସିଂହପୁର ୬, ନୟାଗଡ଼ ୧ ସଂକ୍ରମିତ ଚିହ୍ନଟସୁନ୍ଦରଗଡ଼ ୭, ଦେବଗଡ଼ ୪, କେନ୍ଦୁଝର ୧, କଳାହାଣ୍ଡି ୫, ଗଜପତି ୧୦, ନୂଆପଡ଼ା ୪, ଢେଙ୍କାନାଳ ୨ ସଂକ୍ରମିତ ଚିହ୍ନଟଆଜି କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଏକ୍‌ ହେବ ଓଡ଼ିଶା । ଏକାଠି ଗାଇବ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ, ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ସବୁ ରାଜନୈତିକ ଦଳଙ୍କ ସମର୍ଥନ… କଳିଙ୍ଗ ଷ୍ଟାଡିୟମରରେ ଏକାଠି ହେବେ ସବୁ ବର୍ଗର ଲୋକ ।ବରଗଡ଼ରେ ବଢୁଛି କରୋନା ଗ୍ରାଫ୍‌….ଆଜି ଆଉ ୬ ନୂଆ ପଜିଟିଭ ଚିହ୍ନଟ, ଜିଲ୍ଲାରେ ୮କୁ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା, ୫ ଜଣଙ୍କ ରହିଛି ଟ୍ରାଭେଲ ହିଷ୍ଟ୍ରି, ଜଣେ ସ୍ଥାନୀୟ ।କରୋନା ସଂକଟରେ ସରୁନି ପ୍ରବାସୀ ଯନ୍ତ୍ରଣା, ବାଲେଶ୍ୱର ମଙ୍ଗଳପୁର ନିକଟରେ ପ୍ରବାସୀ ବସ୍‌ ଦୁର୍ଘ।ଟଣାଗ୍ରସ୍ତ, ୮ ଜଣ ଆହତ, ମେଡିକାଲ ସ୍ଥାନାନ୍ତର । କେରଳରୁ ପଶ୍ଚିମବଙ୍ଗ ଯାଉଥିଲେ ୪୦ ଜଣ ପ୍ରବାସୀ ।ଭାରତରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୯ ଶହ ୬୪ ଆକ୍ରାନ୍ତ ଓ ୨୬୫ ମୃତ, ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ପାର । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ।ସରକାରର ବର୍ଷ ପୂର୍ତ୍ତିରେ ମୋଦିଙ୍କ ବାର୍ତ୍ତା । ଆତ୍ମନିର୍ଭରଶୀଳ ହେବାକୁ ଦେଶବାସୀଙ୍କୁ ନିବେଦନ, ସେପଟେ ସୋସିଆଲ ମିଡିଆରେ ସରକାରଙ୍କ ଉପଲବ୍ଧି ବଖାଣିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ । କରୋନା ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ଉପରେ ଫୋକସ୍ । ୨୪ଟି ପ୍ରସ୍ତାବ ଆଲୋଚନା ସୂଚନା । ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ଭାବନା ।ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ପୁଣି ଆରମ୍ଭ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉତ୍ତର ପାର୍ଶ୍ୱ ମଠ ଉଚ୍ଛେଦ ଜାରି । ଏପଟେ ଲିଙ୍ଗରାଜ ମନ୍ଦିରର ବିକାଶ କାମ । ସାମାଜିକ ଦୂରତା ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

କାଲିଠୁ ଉଡ଼ିବନି ଘରୋଇ ବିମାନ, ମନା କଲେ ଏହି ରାଜ୍ୟ ସରକାର

ମୁମ୍ବାଇ: ଆସନ୍ତାକାଲି ଠାରୁ ଦେଶରେ ଘରୋଇ ବିମାନ ଉଡ଼ାଣ ନେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଏୟାର ରୁଟକୁ ୭ ଭାଗରେ ବଣ୍ଟାଯାଇଛି । କେନ୍ଦ୍ର ସରକାର ଦୂରତା ଅନୁସାରେ ବିମାନ ଭଡ଼ା ସ୍ଥିର କରିଛନ୍ତି । କିନ୍ତୁ, ମହାରାଷ୍ଟ୍ର ସରକାର ଉଡ଼ାଣ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ, ଲକଡାଉନ୍ ଯୋଗୁଁ ମହାରାଷ୍ଟ୍ରରେ ଫସି ରହିଥିବା ଲୋକଙ୍କୁ ବିମାନ ସେବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ମହାରାଷ୍ଟ୍ର ସରକାରଙ୍କ ଜଣେ ଅଧିକାରୀଙ୍କ ଅନୁସାରେ ରାଜ୍ୟ ସରକାର ମେ ୧୯ରେ ଜାରି କରିଥିବା ଲଡକାଉନ୍ ନିୟମରେ ବର୍ତ୍ତମାନ ଯାଏଁ ସଂଶୋଧନ କରିନାହାନ୍ତି । ଯେଉଁଥିରେ କେବେଳେ ଅତ୍ୟାବଶ୍ୟକୀୟ ସେବା ପାଇଁ ଉଡ଼ାଣ ଅନୁମତି ରହିଛି ।

ଏହାବ୍ୟତୀତ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇଥିଲେ । ଏହି ହିସାବରେ କୌଣସି ଯାତ୍ରୀ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ଯାତ୍ରା କରିପାରିବେ ନାହିଁ । ଘରୋଇ ମେଡିକାଲ ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଓ ସୁରକ୍ଷା ସେବା ସମ୍ବନ୍ଧିତ ଉଡ଼ାଣ ହୋଇପାରିବ ।

କୁହାଯାଉଛି, ଶନିବାର ମହାରାଷ୍ଟ୍ର ସରକାର ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି । ମୁମ୍ବାଇ ଓ ପୁନେ ସହର ଏବେ ରେଡ୍ ଜୋନରେ ରହିଛି । ଲୋକଙ୍କ ଯିବାଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିଛି । ଏଭଳି ପରିସ୍ଥିତିରେ ବିମାନ ସେବା ଆରମ୍ଭ କରିହେବ ନାହିଁ ।

କରୋନା ଲକଡାଉନ୍ ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ବିମାନ ଉଡ଼ାଣ ବନ୍ଦ ରହିଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଅଗଷ୍ଟରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ପ୍ରୟାସ କରାଯିବ । ତେବେ, ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଜରୁରୀ ନଥିବା ବେଳେ ଯାତ୍ରୀ ଏକ ଘୋଷଣାନାମା ଦେବେ ।

ଟ୍ରେନ୍, ବସ୍ ପରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More