ମହାରାଷ୍ଟ୍ର ଓ କେରଳରେ ପୁଣି ଲକ୍‌ଡାଉନ୍, ଓଡ଼ିଶାକୁ ବିପଦମୁହାଁ କରିପାରେ ଛତିଶଗଡ଼

ଭୁବନେଶ୍ୱର: ମହାରାଷ୍ଟ୍ର ଓ କେରଳରେ ପୁଣି ଲକ୍‌ଡାଉନ୍‌ ହେବା ପରେ ହାଇଆଲର୍ଟରେ ସାରା ଦେଶ । ଏପଟେ ଓଡ଼ିଶାକୁ ବିପଦମୁହାଁ କରିପାରେ ପାଖ ଛତିଶଗଡ଼ । କୌଣସି ମୁହୂର୍ତ୍ତରେ ବି ଓଡ଼ିଶାକୁ ଲକଡାଉନ ଘୋଷଣା କରାଯାଇପାରେ । ଗତ ୭ ଦିନରେ ଛତିଶଗଡ଼ରେ କରୋନା ପିକ୍ ନେଉଥିବାବେଳେ ୨୪ ଘଣ୍ଟା ଭିତରେ ୨୫୯ ନୂଆ କେସ୍ ବାହାରିଛି ।

ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ଛତିଶଗଡ଼ ରାଜଧାନୀ ରାୟପୁର ବଜାର ଉପରେ ନିର୍ଭରଶୀଳ । ବିମାନ, ରେଳ ବା ନିଜେ ଗାଡ଼ି ଚଲାଇ ଦୈନିକ ରାୟପୁର ଯାତ୍ରା କରିଥାନ୍ତି ପଶ୍ଚିମ ଓଡ଼ିଶା ଲୋକେ । ଯାହା ସଂକ୍ରମଣ ଆଶଙ୍କାକୁ ବଢାଇ ଦେଇଛି । ଲୋକେ ସଚେତନ ନ ରହିଲେ, ଲକଡାଉନ ସମେତ କଣ୍ଟେନମେଣ୍ଟ ଜୋନ କରିବେ ରାଜ୍ୟ ସରକାର ।

ତେବେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଓଡ଼ିଶାକୁ ସାମାନ୍ୟ ଧରଣର ଦ୍ୱିତୀୟ ଲହରୀ ଆସିଥିବା ଆଶଙ୍କା କରାଯାଇଛି । ହସ୍ପିଟାଲ ଗୁଡ଼ିକରୁ ଦୈନିକ ଦୁଇଟି ପଜିଟିଭ କେସ୍ ବାହାରୁଛି । ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Leave a Reply