SC Decision on Moratorium: ଦୁଇ ମାସ ଯାଏଁ କୌଣସି ଲୋନ୍ ଘୋଷିତ ହେବନି NPA

1 min read

ନୂଆଦିଲ୍ଲୀ: ଲୋନ୍ ମୋରେଟୋରିୟମ୍ ମାମଲାରେ ସୁପ୍ରିମକୋର୍ଟ ଲୋକଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଅଗଷ୍ଟ ଯାଏଁ  ଯଦି କୌଣସି ବ୍ୟାଙ୍କ ଲୋନ୍ ଆକାଉଣ୍ଟକୁ ଏନପିଏ ଘୋଷିତ କରାଯାଇ ନାହିଁ  ତେବେ ତାକୁ ଆଗାମୀ ୨ ମାସ ଯାଏଁ NPA ଘୋଷଣା କରାଯିବ ନାହିଁ ।

କୌଣସି ଲୋନର EMI ଲଗାତାର ୩ ମାସ ଯାଏଁ ଜମା କରାନଗଲେ ବ୍ୟାଙ୍କ ତାକୁ ଅନାଦେୟ ଋଣ (Non-performing Loan) ଘୋଷିତ କରିଥଏ । NPAର ଅର୍ଥ ହେଉଛି ବ୍ୟାଙ୍କ ଋଣ ଯାହା ଫସି ରହିଛି । ଏମିତି ଋଣଗ୍ରହୀତାଙ୍କ ରେଟିଂ ଖରାପ ହୋଇଥାଏ । ପରେ ତାଙ୍କୁ କୌଣସି ଋଣ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ।

ଲୋନ୍ ମୋରେଟୋରିୟମ୍ ମାମଲାର ଶୁଣାଣି ଆସନ୍ତା ସପ୍ତାହ ସେପ୍ଟେମ୍ବର ୧୦ ଯାଏଁ ଜାରି ରହିବ । ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି । ଲୋନ୍ ଶୁଝି ନପାରିଲେ ସରକାର କାହା ଉପରେ ବି ଜବରଦସ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନାହିଁ ।

ସରକାର ସୋମବାର ଲୋନ୍ ମୋରେଟୋରିୟମ୍ ଉପରେ ସୁପ୍ରିମକୋର୍ଟରେ ଘୋଷଣାନାମା ଦେଇଥିଲେ । ସରକାର ସଂକେତ ଦେଇଥିଲେ ମୋରେଟୋରିୟମକୁ ୨ ବର୍ଷ ଯାଏଁ ବଢ଼ାଇ ଦିଆଯାଇ ପାରିବ । କିନ୍ତୁ, ଏହି ସୁବିଧା ମାତ୍ର କେତୋଗୋଟି କ୍ଷେତ୍ରକୁ ମିଳିବ । ଏଥିସହ ସୁଧ ଉପରେ ସୁଧ ଉପରେ ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ନେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ କେଉଁ କେଉଁ କ୍ଷେତ୍ର ୨ ବର୍ଷ ଯାଏଁ ଆଶ୍ୱସ୍ତି ପାଇବେ ସରକାର ତାର ତାଲିକ ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ କହିଛନ୍ତି- ଆଶ୍ୱସ୍ତି ପାଇବାକୁ ଥିବା କ୍ଷେତ୍ରକୁ ଆମେ ଚିହ୍ନଟ କରିଛୁ, ତାଙ୍କ କ୍ଷତି ଅନୁସାରେ ଆଶ୍ୱସ୍ତି ଦିଆଯିବ । ତେବେ, ଏହି ମାମଲାରେ ଆଉ ବିଳମ୍ବ କରାଯିବ ନାହିଁ ବୋଲି କୋର୍ଟ କହିଥିଲେ ।

ଲକଡାଉନ୍ ପରେ ମାର୍ଚ୍ଚ ମାସ ଠାରୁ ଦୁଇ ଥର ୩ ମାସ ଲେଖାଏଁ EMI ଉପରେ ମୋରେଟୋରିୟମକୁ ବୃଦ୍ଧି କରାଯାଇଥିଲା । ପ୍ରଥମ ମେ ଓ ପରେ ଅଗଷ୍ଟ ୩୧ ଯାଏଁ ଏମିତି ୬ ମାସ ଆଶ୍ୱସ୍ତି ଦିଆଯାଇଥିଲା । ତେବେ, ଇଏମଆଇ ଉପରେ ଆଶ୍ୱସ୍ତି ଦେଇ ସୁଧ ଉପରେ ସୁଧ ଆଦାୟକୁ ବେଆଇନ୍ କହି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହା ଉପରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର ଓ ଆରବିଆଇ (RBI)କୁ ଜବାବ ମାଗିଥିଲେ ।

Leave a Reply