ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସହ ବ୍ଲାଷ୍ଟ୍ ପ୍ରୁଫ୍ ଅଣ୍ଡରୱେୟାର ପିନ୍ଧନ୍ତି ଏହି ଦେଶର ସୈନିକ !

1 min read

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କଥା ଶୁଣିଥିବେ । ଯୁଦ୍ଧକ୍ଷେତ୍ରରେ ମୁତ୍ତୟନ ଥିବା ସୈନିକଙ୍କୁ ଏଭଳି ଜ୍ୟାକେଟ୍ ଆମେରିକା ଭଳି ଦେଶ ଯୋଗାଇ ଦେଇଥାନ୍ତି । ଡେରିରେ ହେଉ ପଛେ ଭାରତ ମଧ୍ୟ ଏବେ ନିଜ ସୈନିକଙ୍କୁ ଏଭଳି ବଡି ଆର୍ମର ଯୋଗାଇ ଦେଉଛି । ବଡି ଆର୍ମର କହିଲେ,ହେଲମେଟ୍,ବୁଲେଟ୍ ପ୍ରୁଫ୍ ଜ୍ୟାକେଟକୁ ବୁଝାଇ ଥାଏ । ଏଭଳି କବଚ ସୈନିକଙ୍କୁ ସୁରକ୍ଷା ଦେଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଗୋଟିଏ ଦେଶ ତାର ସୈନିକଙ୍କୁ Blast proof Underwear ବା ବିସ୍ଫୋରଣ ନିରୋଧକ ଚଡି ଯୋଗାଇ ଦେଇଥାଏ ? ଯଦି ଶୁଣି ନାହାନ୍ତି ତେବେ ଜାଣନ୍ତୁ । ବିଶ୍ୱର ଏକ ନମ୍ବର ସାମରିକ ଶକ୍ତି ଆମେରିକା ନିଜ ସୈନିକଙ୍କୁ ଏଭଳି ଚଡ଼ି ଦେଇଥାଏ । ବିସ୍ଫୋରଣର ପ୍ରଭାବ ଏହା ଉପରେ ପଡିନଥାଏ । ଲକ୍ଷ୍ୟ ହେଉଛି ନିଜ ସୈନିକଙ୍କୁ ସୁରକ୍ଷିତ ରଖିବା । ତେବେ କ’ଣ ଆମେରିକା ଏକମାତ୍ର ଦେଶ ଯାହା ଏଭଳି ବ୍ଲାଷ୍ଟ୍ ପ୍ରୁଫ୍ ଅଣ୍ଡରୱୟାର ତିଆରି କରିଥାଏ ? ଆସନ୍ତୁ ଜାଣିବା

କାହିଁକି ଏହାର ଆବଶ୍ୟକତା ଅନୁଭବ ହେଲା ?

ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଆମେରିକା ସୈନିକ ମୁତ୍ତୟନ ଥିବା ବେଳେ ଏହାର ଆବଶ୍ୟକତା ଅନୁଭବ ହୋଇଥିଲା । ସେତେବେଳେ ଆମେରିକା ସୈନିକ ଆଇଡି ବ୍ଲାଷ୍ଟର ସମ୍ମୁଖୀନ ହେଉଥିଲେ । ଜ୍ୟାକେଟ୍ ଓ ହେଲମେଟ୍ ସେମାନଙ୍କ ଶରିରର ଉପରିଭାଗକୁ ସୁରକ୍ଷିତ ରଖୁଥିଲା କିନ୍ତୁ ବିସ୍ଫୋରଣ ପ୍ରଭାବରେ ଅନେକଙ୍କ ଗୁପ୍ତାଙ୍ଗ ନଷ୍ଟ ହୋଇଯାଉଥିଲା । ଯେଉଁଥିପାଇଁ ଏକ ସୁରକ୍ଷିତ ଅଣ୍ଡରପ୍ୟାଣ୍ଟର ଆବଶ୍ୟକତା ପଡିଥିଲା ।

କିପରି ଏହାକୁ ତିଆରି କରିଥିଲା ଆମେରିକା ?

ପ୍ରକୃତରେ ବ୍ରିଟେନ ତାର ସୈନିକଙ୍କ ପାଇଁ ‘ବ୍ଲାଷ୍ଟ୍ ବକ୍ସର’ ବ୍ୟବହାର କରୁଥିଲା । ଆମେରିକା ଏଇଥିରୁ ଆଇଡିଆ ନେଇ ଅଣ୍ଡରପ୍ୟାଣ୍ଟ୍ ବିକଶିତ କରିଥିଲା । ଆମେରିକା ତିଆରି କରିଥିବା ଅଣ୍ଡରପ୍ୟାଣ୍ଟକୁ ‘କେବଲର ବକ୍ସର’ ବା କମ୍ବାଟ୍ ଅଣ୍ଡରପ୍ୟାଣ୍ଟ୍’ କୁହାଯାଏ ।

ଆମେରିକା କେବଲର ବକ୍ସରର ବିଶେଷତା

ଏଥିରେ ସୁରକ୍ଷାର ଦୁଇଟି ଲେୟାର ଥାଏ । ଟିୟର ୱାନରେ ସୁରକ୍ଷାତ୍ମକ ଅଣ୍ଡରଗାର୍ମେଣ୍ଟ୍ ବା PUG  ଓ ଟିୟର-୨ରେ ପ୍ରୋଟେକ୍ଟି୍ ଆଉଟର ଗାର୍ମେଣ୍ଟ୍ ବା  POG ଥାଏ । ଏହାକୁ ପ୍ୟାଣ୍ଟ୍ ଭିତରେ ପିନ୍ଧାଯାଇପାରେ କିମ୍ବା ପ୍ୟାଣ୍ଟ୍ ବାହାରେ । ଏହାକୁ ପିନ୍ଧିବା ଦ୍ୱାରା ଅଣ୍ଟାରୁ ଜଙ୍ଘ ପର୍ଯ୍ୟନ୍ତ ଅଂଶ ସୁରକ୍ଷିତ ରହିଥାଏ । କେବଲର  ପ୍ରାକୃତିକ ଭାବେ ଏକ କଠୋର ପଦାର୍ଥ । ଏହା ଅତ୍ୟଧିକ ଗରମରେ ତରଳେ ନାହିଁ କି ଖସିନଥାଏ ।

ପିନ୍ଧିବା ବେଳେ ସାବଧାନତା ଆବଶ୍ୟକ

POG ଅଧିକ କଠୋର ହୋଇଥାଏ । ତେଣୁ ଭଲ ସୁରକ୍ଷା ଦେଇଥାଏ । ଏହାକୁ ବାହାରେ ପିନ୍ଧାଯାଇଥାଏ । ଅନ୍ୟପକ୍ଷରେ PUG ପ୍ୟାଣ୍ଟ ଭିତରେ ପିନ୍ଧା ଯାଏ । PUG ହାଲୁକା ଫେବ୍ରିକ ଦ୍ୱାରା ତିଆରି ହୋଇଥାଏ । ଯେହେତୁ ଏହା ପ୍ୟାଣ୍ଟ୍ ଭିତରେ ପିନ୍ଧାଯାଏ ତେଣୁ ତ୍ୱଚା ଯେମିତି କ୍ଷତିଗ୍ରସ୍ତ ନହୁଏ ସେଥିଲାଗି ହାଲୁକା ଫ୍ୟାବ୍ରିକ୍ ବ୍ୟବହାର କରାଯାଏ ।

BLAST PROOF BOXER

ସ୍ପାଇଡର ସିଲ୍କ ବିକଳ୍ପ

ତେବେ ଏହି ଅଣ୍ଡରପ୍ୟାଣ୍ଟର ଗୁଣବତ୍ତାକୁ ନେଇ ଅଭିଯୋଗ ଆସିବା ପରେ ଏହାକୁ ଅଧିକ ଆରାମ ଦାୟକ କରିବାକୁ ଏଥିରେ ସ୍ପାଇଡର ସିଲ୍କ ପ୍ରୟୋଗ କରାଯାଇଥିଲା । ସ୍ପାଇଡର ସିଲ୍କ ଅଧିକ ନମନୀୟ ହେବା ସହ ସାଧାରଣ ସିଲ୍କଠାରୁ ଅଧିକ କଠୋର ହୋଇଥାଏ । ଏହା ହେଉଛି ସ୍ପାଇଡର ଜାଲ (ବୁଢିଆଣି ଜାଲ) ଓ ରେଶମର ମିଶ୍ରଣ ।

Leave a Reply