କାଠ ଗଦାରୁ ଉଦ୍ଧାର ହେଲା କଳା ମଚମଚ ୧୨ ଫୁଟର ଅହିରାଜ…

ବାଲେଶ୍ୱର: କାଠ ଗଦାରୁ ଉଦ୍ଧାର ହେଲା ବିଶାଳ ଅହିରାଜ । କଳା ମଚ ମଚ ଅହିରାଜକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାନ୍ଥ ପାଖରେ ଗଦା ହୋଇଥିବା କାଠ ଗଦାରୁ ଉଦ୍ଧାର ହୋଇଛି ଏହି ସାପ । ଲୋକଙ୍କ କହିବା ଅନୁଯାୟୀ କିଛି ଦିନର ବର୍ଷା ପାଇଁ ସୁଖିଲାରେ ଆସି ରହିଥିଲା ଏହି ଅହିରାଜ । ବ।ଲେଶ୍ଵର ଜିଲ୍ଲ। ଔପଦ। ବ୍ଳକ ଗଡ଼ସ।ହି ପଞ୍ଚ।ୟତର ଗଡ଼ ସ।ହି ଗାଁରେ ଏହି ସାପ ଦେଖିବାକୁ ମିଳିଛି । ଏହାର ଲମ୍ବ ପ୍ରାୟ ୧୨ ଫୁଟ ହେବ ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ଉପେନ୍ଦ୍ର ପାତ୍ରଙ୍କ ଘର ବାରଣ୍ଡାରେ କାଠ ଗଦା ହୋଇଥିଲା । ପ୍ରାୟ ଦିନ ୧ଟାଏ ସମୟରେ ସାହି କାଠ ଗଦାରେ ହଠାତ ଏକ ସାପ ଆସି ପସି ଯାଇଥିଲା । ଲୋକେ ଦେଖି ସଙ୍ଗେ ସଙ୍ଗେ ବନବିଭାଗକୁ ସୂଚନା ଦେଇଥିଲେ । ବନବିଭାଗ କର୍ମଚାରୀ ଏବଂ ଭଦ୍ରକ ହେଲ୍ପଲାଇନର ମିରାଜ ଏମଡି ଆରିକ ଘଟଣା ସ୍ଥଳରେ ପହଞ୍ଚି ସେହି ବିଶାଳ ସାପକୁ ଉଦ୍ଧାର କରିଥିଲେ । ସେହି ସାପକୁ ଦେଖିବା ପାଇଁ ଆଖ ପାଖର ଲୋକ ଜମା ହୋଇଥିଲା । କିଛି ସମୟ ପାଇଁ ସାପକୁ ଧରିିଥିବା କର୍ମଚାରୀ ରାସ୍ତା ଉପରେ ସାପ ସହ ଖେଳିଥିଲେ । ଉଦ୍ଧାର ପରେ ସାପଟିକୁ ଏକ କଳା ବ୍ୟାଗରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ ।

Leave a Reply