କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା

ମଧ୍ୟପ୍ରଦେଶରେ ଗତ ୧୭ ଦିନ ଧରି ଚାଲିଥିବା ରାଜନୈତିକ ନାଟକ ଉପରେ ଶୁକ୍ରବାର ଏକରକମ ପରଦା ପଡିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ କମଳନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌ଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କମଳନାଥ ।

ଏହା ପୂର୍ବରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିବା ସହ ତାଙ୍କ ୧୫ ମାସର କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ଗଣାଇଥିଲେ ।  ଏହା ସହ ବିଜେପି ବିରୋଧର ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ ମଧ୍ୟ ଆଣିଥିଲେ । ବିଜେପି ପ୍ରଥମ ଦିନରୁ ତାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିଆସୁଥିଲା ବୋଲି ସେ ଅଭିଯୋଗ କରିଥିଲେ ।

Image result for jotiraditya scindhia

ନିଜ ୧୫ ମାସ ସରକାରର ତୁଳନା ବିଜେପିର ୧୫ ବର୍ଷର ଶାସନ ସହ କରି କମଲନାଥ କହିଥିଲେ  ଯେ, ଆମ ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲୁ । ଯାହା ବିଜେପିକୁ ପସନ୍ଦ ଆସିନଥିଲା । ବିଜେପି ଅମଳରେ ମାଫିଆ ଶାସନ ଥିଲା । ଆମେ ମାଫିଆ ରାଜର ଅନ୍ତ ପାଇଁ ଉଦ୍ୟମ କରିଥିଲୁ । ବିଜେପି କୃଶକଙ୍କ ସହ ବିଶ୍ୱାସଘାତ କରୁଥିଲା କିନ୍ତୁ ଆମେ ସେମାନଙ୍କ ପାଇଁ କାମ କରିଥିଲୁ ।

କମଲନାଥଙ୍କ ନିଶାନାରେ ବିଦ୍ରୋହୀ କଂଗ୍ରେସ ନେତା ତଥା ନୂଆକରି ବିଜେପିର ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଥିଲେ । ବିଜେପି,କଂଗ୍ରେସର ୨୨ ଜଣ ବିଧାୟକଙ୍କୁ ବନ୍ଧକ ରଖିଛି । ଜଣେ ମହାରାଜା ଓ ତାଙ୍କର ୨୨ ଜଣ ସାଥୀଙ୍କ ସହ ମିଶିକରି ବିଜେପି ଷଡ଼ଯନ୍ତ୍ର କରିଛି ବୋଲି କମଲନାଥ ଅଭିଯୋଗ କରିଛନ୍ତି ।

Leave a Reply