ରାଜଧାନୀରେ ବନ୍ଧୁକ ଡିଲ୍ ବେଳେ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ

Joint Team Of STF And Police Nabbed 3 During Gun Deal In Bhubaneswar

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଢ଼ୁଛି କ୍ରାଇମ୍ । ରାଜଧାନୀରେ ଜମୁଛି ଅପରାଧୀଙ୍କ ଆଡ୍ଡା । ବନ୍ଧୁକ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୩ ଜଣ । ସକାଳୁ ସକାଳୁ କଳ୍ପନା ଛକ ନିକଟରେ ବନ୍ଧୁକ ଡିଲ୍ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବଡ଼ଗଡ଼ ପୋଲିସ । ଡିଲ୍ କରୁଥିବା ୨ ଯୁବକଙ୍କ ସହ କ୍ରାଇମବ୍ରାଞ୍ଚ ସହଯୋଗୀ ମହିଳାଙ୍କୁ ଗିରଫ କରିଛି ।

Joint Team Of STF And Police Nabbed 3 During Gun Deal In Bhubaneswar

ତେବେ, ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛି ବନ୍ଧୁକ ବିକିବାକୁ ଆସିଥିବା ବ୍ୟବସାୟୀ । ଗିରଫ ୨ ଯୁବକ ଓ ସହଯୋଗୀ ମହିଳାଙ୍କ ବିରୋଧରେ ଆଗରୁ କିଛି ଅପରାଧିକ ମାମଲା ରହିଛି କି ନାହିଁ ଏବେ ସେସବୁର ଯାଞ୍ଚ ଚାଲିଛି । ଗିରଫ ୨ ଯୁବକଙ୍କ ଘର କେନ୍ଦ୍ରାପଡ଼ା ପଟାମୁଣ୍ଡାଇରେ ହୋଇଥିବା ବେଳେ ମହିଳାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗୋଟିଏ ବନ୍ଧୁକ, ୪ ରାଉଣ୍ଡ ଗୁଳି ଓ ସ୍କର୍ପିଓ ଜବତ କରାଯାଇଛି । ୪୫ ହଜାର ଟଙ୍କାରେ ବନ୍ଧୁକ ଡିଲ୍ ହେଉଥିବା ଜଣାପଡ଼ିଛି ।

Leave a Reply