ରାହୁଲଙ୍କ ଆଗରେ ହାର୍ ମାନିଲା କୋହଲି ସେନା, ୯୭ ରନରେ ପଞ୍ଜାବ ବିଜୟୀ

IPL 2020 Kings XI Punjab Defeat Royal Challengers Bangalore in 97 Runs

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମୁହାଁମୁହିଁ ହୋଇଥିଲେ । ଏଥିରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁକୁ କିଙ୍ଗ୍ସ ଇଲେଭନ ପଞ୍ଜାବ ୯୭ ରନରେ ହରାଇ ଦେଇଛି । ଏଥିସହ ଗୋଟିଏ ମ୍ୟାଚ୍ ହାରିବା ପରେ ଚଳିତ ଆଇପିଏଲରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ ।

IPL 2020 Kings XI Punjab Defeat Royal Challengers Bangalore in 97 Runs

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା କିଙ୍ଗ୍ସ ଇଲେଭନ୍ ପଞ୍ଜାବ । ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲଙ୍କ ଧୂଆଁଧର ୧୩୨ ରନର ପାଳିରେ ଦଳ ୨୦ ଓଭରରେ ୩ ୱିକେଟ୍ ହରାଇ ୨୦୬ ରନ କରିଥିଲା । କେଏଲ୍ ରାହୁଲଙ୍କ ଧୂଆଁଧର ଶତକରେ ୧୪ଟି ଚୌକା ଓ ୭ଟି ଛକା ମାରିଥିଲେ । ବେଙ୍ଗଳୁରୁ ଆଗରେ ଥିଲା ୨୦୭ ରନର ବିଜୟ ଲକ୍ଷ୍ୟ । ଜବାବରେ ବେଙ୍ଗଳୁରୁ କେଏଲ୍ ରାହୁଲଙ୍କ ସ୍କୋରକୁ ମଧ୍ୟ ପାର୍ କରିପାରି ନାହିଁ । ବେଙ୍ଗଳରୁରୁ ୧୦୯ ରନରେ ଅଲଆଇଉଟ୍ ହୋଇ ଯାଇଥିଲା ।

IPL 2020 Kings XI Punjab Defeat Royal Challengers Bangalore in 97 Runs

 

ଚଳିତ ସିଜିନରେ କିଙ୍ଗ୍ସ ଇଲେଭନ ପଞ୍ଜାବର ଏହା ପ୍ରଥମ ବିଜୟ । ଏହା ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ଠାରୁ ସୁପର ପାୱାର ଓରରେ ପଞ୍ଜାବ ହାରିଥିଲା । ସେହିଭଳି ସନରାଇଜର୍ସ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିବା ଆରସିବି ବିଜୟ ଅଭିଯାନରେ ରୋକ୍ ଲାଗିଛି ।

IPL 2020 Kings XI Punjab Defeat Royal Challengers Bangalore in 97 Runs

ପଞ୍ଜାବ ପକ୍ଷରୁ ରବି ବିଶ୍ରୋଇ ୪ ଓଭରରେ ୩୨ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ମୁରଗନ ୩ ୱିକେଟ ଓ କ୍ୟାଣ୍ଟ୍ରେଲ ୨ଟି ୱିକେଟ୍ ନେଇଥିଲେ ।

Leave a Reply