ବସ୍ ପାଇଁ ବିଳମ୍ବରେ ସ୍କୁଲ୍ ପହଞ୍ଚୁଥିଲେ ଛାତ୍ର, ଆଇପିଏସ୍ ଅରୁଣ ବୋଥ୍ରା କଲେ ସହାୟତା

2 min read
IPS Arun Bothra Changed Mo Bus Timing After Students Tweet

ଭୁବନେଶ୍ୱର: ଦୀର୍ଘ ୯ ମାସର ବ୍ୟବଧାନ ପରେ ରାଜ୍ୟରେ ଖୋଲିଛି ବିଦ୍ୟାଳୟ । କୋଭିଡ୍ ସଂକ୍ରମଣକୁ ଦେଖି ସ୍କୁଲ୍ ବସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ତେବେ, ସବୁ ଅଭିଭାବକଙ୍କ ପକ୍ଷେ ପିଲାଙ୍କୁ ସବୁଦିନ ବିଦ୍ୟାଳୟରେ ଛାଡ଼ିବା ସମ୍ଭବପର ନୁହେଁ । ଏଥିପାଇଁ ଅନେକ ଛାତ୍ର ସ୍କୁଲ୍ ଯିବା ପାଇଁ ଟାଉନ୍ ବସ୍ ଉପରେ ନିର୍ଭରଶୀଳ । ବସ୍ ଉପରେ ନିର୍ଭର କରୁଥିବା ରାଜଧାନୀର ଜଣେ ଛାତ୍ର କରିଥିବା ଟ୍ୱିଟକୁ ନେଇ ଏବେ ଚର୍ଚ୍ଚାରେ ।

ସାଇ ଅନ୍ୱେଶ ଅମ୍ରୁତମ ପ୍ରଧାନ ନାମକ ଛାତ୍ର ଭୁବନେଶ୍ୱର ଏମବିଏସ୍ ପବ୍ଲିକ୍ ସ୍କୁଲରେ ପଢ଼ନ୍ତି । ଆଉ ସେ ବସରେ ସବୁବେଳେ ସ୍କୁଲକୁ ଯାଆନ୍ତି । ତେବେ ବସ ସମୟ ବଦଳିଯାଇଥିବାରୁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ର ଜଣଙ୍କ ଲେଖିଥିଲେ ସ୍କୁଲ ସମୟ ହେଉଛି ସକାଳ ୭ଟା ୩୦ । କିନ୍ତୁ ମୁଁ ଯାଉଥିବା ୧୩ ନମ୍ବର ରୁଟର ପ୍ରଥମ ବସ୍ ଲିଙ୍ଗିପୁରରୁ ସକାଳ ୭ଟା ୪୦ରେ ଛାଡ଼ୁଛି । ଏଥିପାଇଁ ମୋତେ ସ୍କୁଲ ପହଞ୍ଚିବାରେ ଅନେକ ଅସୁବିଧାର ସାମନା କରିବାକୁ ପଡ଼ୁଛି ।

ସମସ୍ୟା ବିଷୟରେ ଲଖିବା ସହ ଟ୍ୱିଟରେ ଛାତ୍ର ଜଣଙ୍କ କ୍ରୁଟ କର୍ତ୍ତୃପକ୍ଷ ଏବଂ ମୋ ବସର ଏମଡି ତଥା ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଟ୍ୟାଗ୍ କରିଥିଲେ । ଲେଖିଥିଲେ ଦୟାକରି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ, ମୁଁ ଆପଣଙ୍କ ଠାରେ ଋଣୀ ହୋଇ ରହିବି ।

ଛାତ୍ରଙ୍କ ଟ୍ୱିଟର ଜବାବ ଦେବା ସହ ପଦକ୍ଷେପ ନେଇଛନ୍ତି ଆଇପିଏସ୍ ବୋଥ୍ରା । ଟ୍ୱିଟ୍ କରି ଅରୁଣ ବୋଥ୍ରା ଲେଖିଛନ୍ତି- ପ୍ରିୟ, ସାଇ ବସର ସମୟ ଆସନ୍ତା ସୋମବାରଠାରୁ ପରିବର୍ତ୍ତନ କରାଯାଇଛି । ଏବେ ବସ୍ ୭ଟାରୁ ଗଡ଼ିବ । ଏହାଦ୍ୱାରା ତୁମକୁ ଆଉ ବିଳମ୍ବ ହେବନାହିଁ । ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଏହି ନିଷ୍ପତ୍ତିକୁ ସୋସିଆଲ୍ ମିଡିଆରେ ଲୋକ ସ୍ୱାଗତ କରିଛନ୍ତି ।

Leave a Reply