ଖାଦ୍ୟଠୁ, ତେଲ ଆଉ ମୋବିଲ୍ ସବୁକିଛି ନକଲି

Jajpur Police Busted Duplicate Mobil Factory In Balichandrapur

ଚଣ୍ଡିଖୋଲ: ବଜାରରେ ନକଲି ନାଁରେ ବିକ୍ରି ହେଉଛି ଅସଲି ସାମଗ୍ରୀ । ନକଲ ବା ଅପମିଶ୍ରିତ ସୋୟାବଡ଼ିଠୁ ଆରମ୍ଭ କରି ଖାଇବା ତେଲ ସବୁକିଛି ଅସଲି ବ୍ରାଣ୍ଡରେ ପ୍ୟାକେଜିଂ ହୋଇ ବଜାରରେ ବିକ୍ରି ହେଉଛି । କଟକ ସହରରେ ବାରମ୍ବାର ରେଡ୍ ପରେ ଏଭଳି ଏକାଧିକ ନକଲି/ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ମିଳିଥିବା ବେଳେ ଆଜି ଯାଜପୁର ଜିଲ୍ଲାରୁ ମିଳିଛି । ସକାଳେ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା କୁନ୍ଦଳାରେ ନକଲି ସସ୍ କାରଖାନା ଠାବ ହୋଇଥିଲା ।

Jajpur Police Busted Duplicate Mobil Factory In Balichandrapur

ଅପରାହ୍ଣରେ ଜିଲ୍ଲାର ବାଲିଚନ୍ଦ୍ରପୁରରେ ଠାବ ହୋଇଛି ନକଲି ମୋବିଲା କାରଖାନା । ଦୀର୍ଘଦିନ ଧରି ଚାଲୁଥିବା ବେଆଇନ୍ ମୋବିଲ କାରଖାନା ଉପରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ପୋଲିସ ରେଡ୍ କରିଥିଲା । କାରଖାନାରେ କାର୍ଯ୍ୟରତ କର୍ମଚାରୀ ଫେରାର୍ ହୋଇଯାଇଛନ୍ତି ।

Jajpur Police Busted Duplicate Mobil Factory In Balichandrapur

ପୂର୍ବରୁ ମଧ୍ୟ ଏଠାରେ ବେଆଇନ୍ ଭାବେ ନକଲି ମୋବିଲ କାରଖାନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ କମ୍ପାନୀରୁ ବାହାରୁ ଥିବା ରିଜେକ୍ଟ ତେଲକୁ ଏଠାରେ ଅପମିଶ୍ରଣ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଇଥାଏ । ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply