ଏଣିକି ଦରକାର ପଡିବନି ଆମେରିକା-ଇସ୍ରାଇଲର ସହଯୋଗ, ଆତ୍ମନିର୍ଭର ଭାରତରେ ନୂଆ ଫର୍ଦ୍ଦ ଯୋଡିଲା ସେନା…

1 min read

ନୂଆଦିଲ୍ଲୀ: ନାଗ୍ – ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ଶକ୍ତ ଓ ସାମର୍ଥ୍ୟ ସେନାର ପ୍ରଚେଷ୍ଟାକୁ ଗୋଟିଏ ପାଦ ଆଗକୁ ନେବା ଦିଗରେ ଏହି ମିସାଇଲର ଉଲ୍ଲେଖନୀୟ ଯୋଗଦାନ ରହିବ । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥା ଗୁରୁବାର ସକାଳେ ପୋଖରଣ ରେଞ୍ଜରେ ଏହାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି । ଏହି ପରୀକ୍ଷଣ ସଫଳ ହୋଇଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ଦିଗରେ ଏହା ବିଶେଷ ଭାବେ ସହାୟକ ହେବ । ଏହା ପୂର୍ବରୁ ଓଡିଶାସ୍ଥିତ ଚାନ୍ଦିପୁରରେ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ୍ ମିସାଇଲର ପରୀକ୍ଷଣ ଶେଷ ହୋଇଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ସେନା ଏହି ଧରଣର ପ୍ରଯୁକ୍ତିବିଦ୍ୟାର ବିକାଶ କରି ନଜକୁ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ପ୍ରଚେଷ୍ଟା କରିଛି । ତେବେ ଏହି ଦିଗରେ ଭାରତକୁ ସଫଳତା ମଧ୍ୟ ମିଳିଛି । ଏବେ ସୁଦ୍ଧା ଭାରତ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କିଣିବା ପାଇଁ ଇସ୍ରାଇଲ ଓ ଆମେରିକା ଉପରେ ନିର୍ଭରଶୀଳ ଅଟେ । ଏପରିକି ପୂର୍ବ ଲଦାଖରେ ଚୀନ ସହ ସୀମା ବିବାଦ ପରେ ପରେ ହିଁ ଭାରତ ୨ଶହ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ୍ ମିସାଇଲ କ୍ରୟ କରିଥିଲା । ତେବେ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଭାରତ ପାଇଁ ଏବେ ଏକ ସମୟୋପଯୋଗୀ ଆବଶ୍ୟକତା ହେଲାଣି ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଏହାର କ୍ରମାଗତ ପରୀକ୍ଷଣ କରୁଛି ।ଭାରତୀୟ ସେନାର ଜଣେ ପ୍ରମୁଖ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନାଗ ମିସାଇଲକୁ ବ୍ୟବହାର ଉପଯୋଗୀ କରି ସେନାରେ ସାମିଲ କରିବା ପାଇଁ ୧୦ଟି ସଫଳ ପରୀକ୍ଷଣ କରିବାକୁ ପଡିଛି । ୧୦ ପରୀକ୍ଷଣ ପରେ ଏବେ ଏହି ଆଣ୍ଟି ଟ୍ୟାଙ୍କ୍ ମିସାଇଲ ସାମରିକ ବ୍ୟବହାର ଉପଯୋଗୀ ହୋଇପାରିଛି ।

ତେବେ ଏହି ମିସାଇଲର ଶକ୍ତି-ପରୀକ୍ଷଣ ବେଳେ ଖରାପ ଟ୍ୟାଙ୍କଗୁଡିକୁ ବ୍ୟବହାର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଚୀନ୍ ସହ ସୀମା ବିବାଦ ପରେ ଭାରତ ସରକାର ମିସାଇଲ ପରୀକ୍ଷଣ ଉପରେ ଜୋର୍ ଦେଇଛନ୍ତି । ତେବେ କେବଳ ଏକ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିପାରୁଥିବା ସବ୍ ସୋନିକ୍ କ୍ରୁଜ୍ ନିର୍ଭୟ ମିସାଇଲ ପରୀକ୍ଷଣରେ ସମସ୍ୟା ରହିଥିବା ବେଳେ ଏବେ ଏହାର ସମାଧାନ ଖୋଜା ଚାଲିଛି ।

Leave a Reply