କରୋନା ଭ୍ୟାକ୍ସିନ ମାଗଣା ଦେବା ପାଇଁ ଘୋଷଣା କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ବିହାରରେ ବିଜେପିକୁ କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହାକୁ ନେଇ ନାନା ବିବାଦ ମୁଣ୍ଡ ଟେକିଲାଣି । ଏଥିପାଇଁ କେତେକ ସାମାଜିକ କର୍ମୀ ନିର୍ବାଚନ କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହେଲେଣି । ବିଜେପିର ଏହି ଘୋଷଣା ପରେ ତାମିଲନାଡୁର ନିର୍ବାଚିତ ସରକାର ମଧ୍ୟ ସମାନ ଘୋଷଣା କରିଛନ୍ତି ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀ ଗୁରୁବାର ଏହି ଘୋଷଣା କରିଛନ୍ତି । ପଲାନି କହିଛନ୍ତି ଯେ, ଥରେ କୋଭିଡ଼ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଗଲେ ଏହାକୁ ମାଗଣା ବଣ୍ଟନ କରାଯିବ । ଏଥିରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ଆଗାମୀ ବର୍ଷ ଅର୍ଥାତ ୨୦୨୧ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବାରୁ ପଲାନିସ୍ୱାମୀ ଏପରି ମନ୍ତବ୍ୟ ଦେଇଥିବା କୁହାଯାଉଛି ।

ତାମିଲନାଡୁ କରୋନା ଦ୍ୱାରା ବହୁଳ ପ୍ରଭାବିତ ହୋଇଥିବା ରାଜ୍ୟ । ଲକଡାଉନ କାରଣରୁ ତାମିଲନାଡୁ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଉପଯୁକ୍ତ ମାନବସମ୍ବଳ ନ ମିଳିବାରୁ ପ୍ରକଳ୍ପ ଏବଂ ଫ୍ୟାକ୍ଟ୍ରି କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ତେଣୁ କରୋନା ଏବଂ ଏହାର ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଜନଅସନ୍ତୋଷ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ପଲାନିସ୍ୱାମୀ ଏପରି କହିଥିବା ଜଣାପଡିଛି ।

 

 

Leave a Reply