ଭାରତୀୟ ପୁରୁଷ ହକି ଦଳ ପାଇଁ ଟୋକିଓ ଆଉ ଗୋଟିଏ ପାଦ ଦୂର

1 min read

ଭୁବନେଶ୍ୱର: କଳିଙ୍ଗରେ କମାଲ କଲେ ଭାରତୀୟ ଖେଳାଳି । ଭାରତୀୟ ମହିଳା ଦଳର ବୃହତ ବିଜୟ ପରେ ପୁରୁଷ ଦଳର ଜଲୱା ମଧ୍ୟ ଦେଖିବାକୁ ମିଳିଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଅଲିମ୍ପିକ କ୍ୱାଲିଫାୟର୍ସର ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ଦଳ ଋଷିଆକୁ ୪-୨ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଟୋକିଓ ଅଲିମ୍ପିକ୍ସ ନିକଟତର ହୋଇଛି ଟିମ୍ ଇଣ୍ଡିଆ ।

ଆଜି ସନ୍ଧ୍ୟା ୬ଟାରେ ମହିଳା ବର୍ଗରେ ଭାରତ ଓ ଆମେରିକା ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ରାତି ୮ଟାରେ ପୁରୁଷ ବର୍ଗରେ ଭାରତ ଓ ଋଷିଆ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।

ମ୍ୟାଚର ଆରମ୍ଭରୁ ଭାରତୀୟ ପୁରୁଷ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବାରମ୍ବାର ଋଷିଆ ଗୋଲ ପୋଷ୍ଟକୁ ଆଟାକ କରିଥିଲା । ପ୍ରଥମ କ୍ୱାର୍ଟରରେ ଭାରତ ପକ୍ଷରୁ ହରମନପ୍ରୀତ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂହ ଏକ ଚମତ୍କାର ଫିଲ୍ଡ ଗୋଲ କରିଥିଲେ ।

ତୃତୀୟ କ୍ୱାର୍ଟରରେ ଏସ୍.ସୁନୀଲ ଓ ଚତୁର୍ଥ କ୍ୱାର୍ଟରରେ ପୁଣି ଥରେ ମନଦୀପ ସିଂହଙ୍କ ଷ୍ଟିକରୁ ଗୋଲ ହୋଇଥିଲା । ଅନ୍ୟପଟେ ୠଷିଆ ପକ୍ଷରୁ ପ୍ରଥମ ଗୋଲ କେ. ଆଣ୍ଡ୍ରେଙ୍କ ଷ୍ଟିକରୁ ଆସିଥିବା ବେଳେ ଦ୍ୱିତୀୟ ଗୋଲଟି ଏମ.ସିମେନଙ୍କ ଷ୍ଟିକରୁ ଆସିଥିଲା । ୨ଟି ଗୋଲ୍ ସ୍କୋର କରିଥିବା ମନଦୀପ ସିଂହ ପ୍ଲେୟାର୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ')}

Leave a Reply