ଉଦଘାଟନୀ ମ୍ୟାଚରେ ଭାରତୀୟ ମହିଳା ଦଳର ବୃହତ ବିଜୟ

1 min read

ଭୁବନେଶ୍ୱର: ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ନିକଟତର ହୋଇଛି ଭାରତୀୟ ମହିଳା ହକି ଟିମ୍ । ଏଫଆଇଏଚ୍ ହକି କ୍ୱାଲିଫାୟାର୍ସରେ ଭାରତୀୟ ମହିଳା ହକି ଦଳ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟୋକିଓ ଅଲିମ୍ପିକ କ୍ୱାଲିଫାଏର ଆଉ ଏକ ସୋପାନକୁ ଭାରତ ଉଠିଛି । ଭାରତୀୟ ମହିଳା ହକି ଦଳର କ୍ୟାପଟେନ ରାଣୀ ରାମପାଲ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

FIH HOCKEY

FIH ହକି ଅଲିମ୍ପିକ କ୍ୟାଲିଫାୟର୍ସର ଉଦଘାଟନୀ ମ୍ୟାଚରେ ଭାରତୀୟ ମହିଳା ହକି ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଆମେରିକାକୁ ୫-୧ ଗୋଲରେ ହରାଇ ଭାରତ ଅଲିମ୍ପିକ୍ସ ଖେଳିବାର ନିକଟତର ହୋଇଛି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଆକର୍ଷଣୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାର୍ଟରରେ ଗୋଲ ଶୂନ୍ୟ ରହିଥିବା ବେଲେ ଦ୍ୱିତୀୟ କ୍ୱାର୍ଟରରେ ଓଡ଼ିଆ ଝିଅ ଲିଲିମା ମିଞ୍ଜଙ୍କ ଷ୍ଟିକରୁ ଭାରତକୁ ପ୍ରଥମ ଗୋଲ ମିଳିଥିଲା ।

ଏହାପରେ ତୃତୀୟ କ୍ୱାର୍ଟରରେ ଭାରତ ଲଗାତାର ୨ଟି ଗୋଲ ସ୍କୋର କରିଥିଲା । ଶେଷ କ୍ୱାର୍ଟରରେ ଆହୁରି ଆକ୍ରମଣାତ୍ମକ ଖେଳ ଜାରି ରଖି ଆମେରିକାର ଗୋଲ ପୋଷ୍ଟକୁ ବାରମ୍ବାର ଆଟାକ କରିଥିଲେ ଭାରତୀୟ ଖେଳାଳି । ଏବଂ ଶେଷ କ୍ୱାର୍ଟରରେ ଭାରତ ଆଉ ଦୁଇଟି ଗୋଲ ସ୍କୋର କରି ଏକ ବୃହତ ବିଜୟ ହାସଲ କରିଛି ।

FIH HOCKEY

ଏହି ମ୍ୟାଚରେ ଭାରତ ଆରମ୍ଭରୁ ସମ୍ପୂର୍ଣ୍ଣ ରୂପେ ଆମେରିକା ଖେଳାଳିଙ୍କ ଉପରେ ଚାପ ପକାଇ ଆସିଥିଲା । ଆମେରିକା ଅନେକ ସୁଯୋଗ ପାଇ ମଧ୍ୟ ସୁଯୋଗକୁ ହାତଛଡା କରିଥିଲା । ଶେଷ କ୍ୱାର୍ଟରରେ ଆମେରିକା ଏକ ଗୋଲ ସ୍କୋର କରି ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ')}

Leave a Reply