କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ ସୋମବାର, ଜାଣନ୍ତୁ ଭଗବାନ ଶିବଙ୍କୁ କେମିତି କରିବେ ପ୍ରସନ୍ନ

1 min read
Importance of srabana masa sombar shiv kaudia

ନୂଆଦିଲ୍ଲୀ: ପ୍ରଥମ ମୌସୁମୀ ବର୍ଷା ସହିତ ଶ୍ରାବଣ ମାସ ଆରମ୍ଭ ହୋଇଯାଏ । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୬ ତାରିକରୁ ରୁ ଆରମ୍ଭ ହେଉଛି । ଶ୍ରବଣର ଏହି ମାସ ଅଗଷ୍ଟ ୩ ତାରିଖରେ ଶେଷ ହେବ । ଜଣାଇ ରଖୁଛୁ ଯେ, ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ରହିଛି । ଶ୍ରାବଣ ମାସ ତୀଜ୍ କିମ୍ବା ରାକ୍ଷୀ ପୂର୍ଣ୍ଣିମା ଭଳି ପର୍ବ ସହିତ ସମାପ୍ତ ହୁଏ । ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଭଳି ରାଜ୍ୟରେ ଏହି ସମସ୍ତ ପର୍ବ ପାଳନ କରାଯାଏ ।

ଅବଶ୍ୟ ଚଳିତ ବର୍ଷର ଶ୍ରାବଣ ମାସ ସବୁ ବର୍ଷ ଭଳି ଉତ୍ସବ ମୁଖର ହେବ ନାହିଁ । ଶ୍ରାବଣ ମାଲର ପ୍ରଥମ ସୋମବାର ଦିନ ଶିବ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଯାଏ କିନ୍ତୁ କରୋନା ଭାଇରସ କାରଣରୁ ଚଳିତ ବର୍ଷ ଭକ୍ତ ମାନେ ନିଜ ନିଜ ଘରେ ରହି ଶ୍ରାବଣ ମାସ ପୂଜା କରିବେ । ଏହା ବ୍ୟତୀତ ଶ୍ରାବଣ ମାସରେ ଆୟୋଜିତ ହେଉଥିବା କାଉଡ଼ି ଯାତ୍ରା ମଧ୍ୟ ଚଳିତ ବର୍ଷ ହେବନାହିଁ ।

ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସର ପ୍ରମୁଖ ତିଥି-

ଜୁଲାଇ ୬- ଶ୍ରାବଣ ମାସ ପ୍ରଥମ ସୋମବାର

ଜୁଲାଇ ୧୩- ଶ୍ରାବଣ ମାସ ଦ୍ୱିତୀୟ ସୋମବାର

ଜୁଲାଇ ୨୦- ଶ୍ରାବଣ ମାସ ତୃତୀୟ ସୋମବାର

ଜୁଲାଇ ୨୭- ଶ୍ରାବଣ ମାସ ଚତୁର୍ଥ ସୋମାବାର

ଅଗଷ୍ଟ ୩- ଶ୍ରାବଣ ମାସ ପଞ୍ଚମ ସୋମବାର

ଅଗଷ୍ଟ ମାସ ୩ ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପାଳନ କରାଯିବ । ହିନ୍ଦୁ ପରମ୍ପରା ଏବଂ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସକୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସମର୍ପିତ ।

ଶ୍ରାବଣ ମାସ ସୋମବାରର ଗୁରୁତ୍ୱ-

ବିଶ୍ୱାସ କରାଯାଏ ଯେ ଶ୍ରାବଣ ମାସରେ ଶିବଲିଙ୍ଗଙ୍କ ବିଶେଷ ଉପାସନା କରି ସମସ୍ତ ଇଚ୍ଛା ପୂରଣ ହୁଏ । କୁହାଯାଏ ଯେ ସୋମବାର ଶ୍ରାବଣ ଉପବାସ ପାଳନ କରୁଥିବା ମହିଳାଙ୍କ ସ୍ୱାମୀ ଦୀର୍ଘ ଜୀବନ ପାଆନ୍ତି । ଆହୁରି ମଧ୍ୟ ଅବିବାହିତ ଝିଅମାନେ ସେମାନଙ୍କର ପ୍ରିୟ ଜୀବନ ସାଥୀ ପାଆନ୍ତି ।

ଶ୍ରାବଣ ମାସରେ ଶିବଙ୍କୁ କେମିତି କରିବେ ପ୍ରସନ୍ନ-

ପୌରାଣିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣ ମାସରେ ଶିବଲିଙ୍ଗକୁ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ବିଶେଷ ଆଶୀର୍ବାଦ ମିଳେ । ସର୍ବପ୍ରଥମେ ମହାଦେବଙ୍କୁ ପାଣି, କ୍ଷୀର, କଦଳୀ, ଘିଅ, ଚିନି, ମହୁ, ଗଙ୍ଗା ଜଳ ଏବଂ ଆଖୁ ରସରେ ଅଭିଷେକ କରାଯାଏ । ଏହା ବଦଳରେ ବେଲପତ୍ର, ପଦ୍ମ, କାନେର, ସାମି ପତ୍ର, ଦୁବ, କୁଶ, ରାୟ ଏବଂ ଫୁଲ ଅର୍ପଣ କରାଯାଏ । ତା’ପରେ ଧତୁରା, ଭାଙ୍ଗ ଏବଂ ଶ୍ରୀଫଳ ଅର୍ପଣ କରିବାର ନିୟମ ଅଛି । ଶିବଲିଙ୍ଗ ଅଭିଷେକ ପରେ ପ୍ରଭୁ ଶିବଙ୍କ ଆରତୀ ଯଥାର୍ଥରେ ସଂପନ୍ନ ହୁଏ ।

Leave a Reply