ଆଜି ଶ୍ରାବଣ ମାସ ପ୍ରଥମ ସୋମବାର… ହେଲେ ଶିବଙ୍କ ନିକଟରେ କାଉଡିଆଙ୍କ ଜଳଲାଗି ମନା

No bol bam festival this year for outbreak of covid-19

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶ୍ରାବଣ ମାସର ସୋମବାର ଦିନ କୌଣସି ଏକ ନଦୀର ପବିତ୍ର ପାଣି ଆଣି ଶିବଙ୍କ ମସ୍ତକରେ ଢ଼ାଳିଲେ ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଏହି ପରମ୍ପରା ଅନେକ ଦିନରୁ ଲୋକେ ପାଳନ କରିଆସୁଛନ୍ତି । ଗାଁର ଅଶିକ୍ଷିତ ତଥା ସହରର ଶିକ୍ଷିତ ଲୋକେ ଏହି ଯାତ୍ରାରେ ଭାଗ ନିଅନ୍ତି ।

ଏବଂ ଭବିଷ୍ୟତରେ କେତେ ବର୍ଷ ପାଇଁ ସାମିଲ ହେବାକୁ ମାନସିକ ରଖିଥାନ୍ତି । ଏହି ଯାତ୍ରାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୁଅନ୍ତି ।  ହେଲେ ମହାମାରୀ ଭୂତାଣୁ ଯେ କେବେ ଭକ୍ତଙ୍କ ରାସ୍ତାର କଣ୍ଟା ପାଲଟିବ, ତାହା କେହି ଭାବିନଥିଲେ ।

ଏଥର ଶିବଙ୍କ ନିକଟରେ କାଉଡିଆଙ୍କ ଜଳଲାଗି ମନା । ମହାମାରୀ କରୋନା ପାଇଁ ଚଳିତ ଶ୍ରାବଣ ମାସର ବୋଲବମ୍ ଯାତ୍ରାରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଫଳରେ ଆରଡି ଆଖଣ୍ଡଳ ମଣିଙ୍କ ପୀଠରେ ଶୁଭିବନି କାଉଡିଆ ଭକ୍ତଙ୍କ ବୋଲବୋମ ହରହର ବୋମର ଧ୍ୱନୀ। ଏପରିକି କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ ୨ ଦୁଇଦିନ ଧରି ଆରଡିପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

ତାସହ ପୀଠରେ ନିକଟରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଶ୍ରଦ୍ଧାଳୁ ଜଳଭାର ନଉଠାଇବେ ସେଥିପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ଅନ୍ୟପଟେ ମନ୍ଦିରର ବିଧିବିଧାନ ଅନୁଯାୟୀ ସୀମିତ ସେବାୟତରେ ଶ୍ରାବଣ ନୀତିକାନ୍ତି ସମାପନ ହେବ ।

ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ସେବାୟତ ସମସ୍ତ ନୀତିକାନ୍ତି ସମ୍ପନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି ସଂଧ୍ୟାରେ ନଟକା ଜାରି କରିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି।

Leave a Reply