ମାନବିକତାର ଧର୍ମ ପାଳନ କଲେ ବାପା ମା , “ସୁରଜ” ନାଁରେ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

1 min read

ଭୁବନେଶ୍ବର : ମୃତ୍ୟୁ ପରେ ବି ସେ ଅମର । ନିଜେ ସିନା ସବୁଦିନ ପାଇଁ ବିଦାୟ ନେଇଗଲେ , କିନ୍ତୁ ଏବେବି ୫ ଜଣଙ୍କ ଅନ୍ତରରେ ଜୀବନ୍ତ ହୋଇ ରହିଛନ୍ତି ସୁରଜ । ଆଜି ବି ସୁରଜର ଆଖି ଦେଖୁଛି ଏହି ସୁନ୍ଦର ଦୁନିଆ । ଅନ୍ୟ ଜଣଙ୍କ ଦେହରେ ସ୍ପନ୍ଦନ କରୁଛି ସୁରଜଙ୍କ ହୃଦୟ । ଆଉ ଦୁଇ ଜଣ ସୁରଜର କିଡନୀ ପାଇଲା ପରେ ପାଇଛନ୍ତି ଆଉ ଏକ ଜୀବନ ।

MULTI ORGAN DONATE

ପୁଅ ସୁରଜର ମୃତ୍ୟୁ ପରେ ୬ଟି ଅଙ୍ଗ ଦାନ କରି ମାନବିକତାର ଧର୍ମ ପାଳନ କରିଛନ୍ତି ସୁରଜଙ୍କ ପରିବାର ।
ଏହି ପରିବାରର ନିଜର ବାସସ୍ଥାନ ନାହିଁ । ଏଥିପାଇଁ ବାସସ୍ଥାନ ପାଇଁ ଜାଗା ଓ ସେଥିରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି ।
ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ପାଇଁ “ସୁରଜ” ନାଁରେ ବାର୍ଷିକ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଅଙ୍ଗଦାନ ପ୍ରତି ଆଗ୍ରହ ଦେଖାଇ ଏହି ମହତ୍ତ କାର୍ଯ୍ୟ କରିଥିବାରୁ ସୁରଜର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।

MULTI ORGAN DONATE

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ଲାଲସିଂହ ଅଞ୍ଚଳରେ ସୁରଜ ସେଠୀଙ୍କ ଘର । ଗତ ଅକ୍ଟୋବର ୨୯ ତାରିଖରେ ସୁରଜ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହୋଇ ହସ୍ପିଟାଲକୁ ଯାଇଥିଲେ । ୬ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ ।

SURAJ SETHI -REAL FIGHTER OF SOCIETY

ସ୍ଥାନୀୟ ଏକ ସ୍ବେଛାସେବୀ ସଙ୍ଗଠନ ସହାୟତାରେ ସୁରଜଙ୍କ ବାପା ମାଙ୍କୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କ ଅନୁମତି ମିଳିବା ପରେ ସୁରଜଙ୍କ ଶରୀରରୁ ହୃତପିଣ୍ଡ , ଦୁଇଟି କିଡନୀ , ଲିଭର ଏବଂ ଦୁଇ ଚକ୍ଷୁକୁ ତୁରନ୍ତ କଢାଯାଇ ବିଭିନ୍ନ ସ୍ଥାନରେ ଥିବା ଅନ୍ୟ ବ୍ୟକ୍ତିଙ୍କ ପ୍ରତିରୋପଣ କରାଗଲା । ')}

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner