କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

1 min read

ଆ-କା-ମା- ବୈ .. , ପାନ ଗୁଆ ଥୋଇ ..ପାନ ଗୁଆ ତୋର, ମାସକ ଧରମ ମୋର .. ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କିଛି ଏଭଳି ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ପୁରପଲ୍ଲୀ । ଆଜିକାର ଦିନରେ ପୁରୁଣା ଉତ୍କଳିୟ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଇଥାନ୍ତି ଲୋକେ । ଏନେଇ ସକାଳୁ ସକାଳୁ ଗାଁରୁ ସହର ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବଡ଼ି ଭୋରୁ ଜଳାଶୟଗୁଡ଼ିକରେ ରଙ୍ଗ ବେରଙ୍ଗର ବୋଇତ ଭସାଇଥିଲେ ଶ୍ରଦ୍ଧାଳୁ । ବୋଇତରେ ପାନ,ଗୁଆ, ଥୋଇ ପୂଜା କରି ସାରି ବୋଇତ ଭସାନ୍ତି ।

ଭୁବନେଶ୍ୱରର ବିନ୍ଦୁସାଗର, କଟକର ମହାନଦୀ ଓ କାଠଯୋଡ଼ି ନଦୀ, ଭୁବନେଶ୍ୱର ବିନ୍ଦୁସାଗର, ଗୋପାଳପୁର ସମୁଦ୍ର, ପୁରୀ ମହୋଦଧିରେ ଓ ରାଜ୍ୟର ବିଭିନ୍ନ ନଦୀ, ସମୁଦ୍ର ଓ ପୁଷ୍କରଣୀରେ ଡଙ୍ଗା ଭସାଇଥିଲେ ।

ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ପଞ୍ଚକର ପାଞ୍ଚ ଦିନରେ ତିନିଠାକୁର ପାଞ୍ଚଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ରତ୍ନସିଂହାସନରେ ପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି । ')}

Leave a Reply