ବକ୍ସିଂ ଡେ’ ଟେଷ୍ଟ: ୧୩୧ରନ୍ ଲିଡ୍ ହାସଲ କଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦଳ ନିଜ ସମସ୍ତ ଓ୍ୱିକେଟ ହରାଇ ୩୨୬ ରନ୍ ହାସଲ କରିଛି । ଏଥିସହିତ ୧୩୧ ରନ୍ ଲିଡ୍ ହାସଲ କରିଛି ଟମ୍ ଇଣ୍ଡିଆ । ତୃତୀୟ ଦିନ ଖେଳ ଆରମ୍ଭ ବେଳକୁ ୨୭୭/ ୫ରୁ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । କିନ୍ତୁ ୧୧୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଅଜିଙ୍କ୍ୟା ରାହାଣେଙ୍କ ରନ୍ଆଉଟ ହୋଇ ପେଭିଲିୟନ୍ ଫେରିଥିଲେ । ଏହା ପରେ ଆଉ କୌଣସି ବଡ଼ ପାର୍ଟନରସିପ୍ ଦେଖିବାକୁ ମିଳିନଥିଲା ଗୋଟିଏ ପରେ ଗୋଟିଏ ଓ୍ୱିକେଟ ପତନ ହେବାରେ ଲାଗିଥିଲା । ଏବଂ ମାତ୍ର ୪୯ରନରେ ୫ଟି ଓ୍ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ଏହା ପରେ ବ୍ୟାଟିଂକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି । ଜୋ ବୋର୍ନ୍ସ ମାତ୍ର ୪ ରନ୍‌ରେ ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଖବର ଲେଖା ହେବା ଯାଏଁ ଅଷ୍ଟ୍ରେଲିଆ ଦଳ ଗୋଟିଏ ଓ୍ୱିକେଟ ହରାଇ ବ୍ୟାଟିଂ ଜାରି ରଖିଛି । ଭାରତୀୟ ଦଳ ପକ୍ଷରୁ ପ୍ରଥମ ଇଂନିସରେ ଅଜିଙ୍କ୍ୟା ରାହାଣେ ସର୍ବାଧିକ ୧୧୨ ରନ୍ କରିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲା ।

Image

Leave a Reply